Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Parkinson’s Disease Treatment: ପାର୍କିନ୍‌ସନ୍‌ ରୋଗ ପାଇଁ ଷ୍ଟେମ୍‌ ସେଲ୍‌ ଚିକିତ୍ସାକୁ ଜାପାନର ଅନୁମତି

ନୂଆଦିଲ୍ଲୀ: ପାର୍କିନ୍‌ସନ୍‌ ରୋଗର ଚିକିତ୍ସା କ୍ଷେତ୍ରରେ ଜାପାନରେ ଏକ ନୂଆ ପଦକ୍ଷେପ ନିଆଯାଇଛି। ଏହି ରୋଗରେ ମସ୍ତିଷ୍କର ଡୋପାମିନ୍‌ ଉତ୍ପାଦନ କରୁଥିବା କୋଷ ନଷ୍ଟ ହୋଇଯାଏ। ଏହାର ବିକଳ୍ପ ଭାବେ ଲ୍ୟାବ୍‌ରେ ପ୍ରସ୍ତୁତ ଷ୍ଟେମ୍‌ ସେଲ୍‌ରୁ ତିଆରି କୋଷକୁ ମସ୍ତିଷ୍କରେ ପ୍ରତିରୋପଣ କରିବା ପ୍ରକ୍ରିୟାରେ ଜଣେ ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି। ଏହାକୁ ଏହି ରୋଗର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ପ୍ରୟାସ ଭାବେ ଦେଖାଯାଉଛି।

ପ୍ରାରମ୍ଭିକ ପରୀକ୍ଷଣରେ ୭ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ରୋଗର ଲକ୍ଷଣରେ ସୁଧାର ଦେଖାଯାଇଥିଲା। ଏହି ପରୀକ୍ଷଣରେ କୌଣସି ବଡ଼ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସିନଥିବା ରିପୋର୍ଟରେ କୁହାଯାଇଛି। ତେବେ ଏହି ଚିକିତ୍ସାର ଫଳାଫଳକୁ ନେଇ ଅଧିକ ତଥ୍ୟ ହାସଲ କରିବା ଆବଶ୍ୟକ।

ଜାପାନ ସରକାର ଏହି ଚିକିତ୍ସାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଏହାର ସୁରକ୍ଷା ଓ ପ୍ରଭାବ କେତେ ରହିଛି, ତାହା ଜାଣିବା ପାଇଁ ଆଗକୁ ଅଧିକ ପରୀକ୍ଷଣ କରାଯିବ। ପାର୍କିନ୍‌ସନ୍‌ ରୋଗୀଙ୍କ ପାଇଁ ଏହି ଚିକିତ୍ସା ଏକ ନୂଆ ଆଶା ସୃଷ୍ଟି କରିଥିଲେ ମଧ୍ୟ ଏହାର ଦୀର୍ଘକାଳୀନ ଫଳାଫଳ ଜାଣିବାକୁ ଆହୁରି ଅଧ୍ୟୟନ ଆବଶ୍ୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories