Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ajay Devgn Pan Masala Case: ପାନ ମସଲା ବିଜ୍ଞାପନ ମାମଲାରେ ବମ୍ବେ ହାଇକୋର୍ଟ ଗଲେ ଅଜୟ ଦେବଗନ୍‌, ନଭେମ୍ବର ୪ରେ ଶୁଣାଣି

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ପାନ ମସଲା ବ୍ରାଣ୍ଡର ବିଜ୍ଞାପନ କରିବା ମାମଲାରେ ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ପକ୍ଷରୁ ଜାରି ନୋଟିସ୍‌କୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଅକ୍ଟୋବର ୨୯ରେ ସେ ଏନେଇ ଆବେଦନ ଦାଖଲ କରିଥିବା ବେଳେ ନଭେମ୍ବର ୪ରେ ଏହାର ଶୁଣାଣି ହେବ। ଏହି ମାମଲାରେ FDA ପକ୍ଷରୁ ଶାହରୁଖ ଖାନ୍‌ ଓ ଟାଇଗର ଶ୍ରଫ୍‌ଙ୍କୁ ମଧ୍ୟ ନୋଟିସ୍‌ ପଠାଯାଇଥିଲା।

ଏହା ପୂର୍ବରୁ ତିନି ଅଭିନେତା FDAର ନୋଟିସ୍‌ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରିବାର ଅଧିକାର ମହାରାଷ୍ଟ୍ରର ଅଦାଲତଙ୍କର ରହିଛି ବୋଲି କହି ଦିଲ୍ଲୀ ହାଇକୋର୍ଟ ସେମାନଙ୍କ ଆବେଦନ ଖାରଜ କରିଥିଲେ। ଏହାପରେ ଅଜୟ ଦେବଗନ୍‌ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପଟେ, FDA ପକ୍ଷରୁ ଜାରି ନୋଟିସ୍‌ ଉପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଏହାକୁ ରୋକିବା ପାଇଁ କୌଣସି ଅଦାଲତୀ ନିର୍ଦ୍ଦେଶ ଏଯାଏଁ ଜାରି ହୋଇନାହିଁ। ତେଣୁ ନଭେମ୍ବର ୪ର ଶୁଣାଣି ଉପରେ ଏବେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories