କୋକସରା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଓ ନିଶା ମୁକ୍ତ ଓଡିଶା ଅଭିଯାନ ଦିବସ ପାଳନ
କଳାହାଣ୍ଡି,୩୧/୧୦
କୋକସରା ପୋଲିସ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଓ ନିଶା ମୁକ୍ତ ଓଡିଶା ଅଭିଯାନ ଦିବସ ପାଳନ ଥାନା ଅଧିକାରୀ ଡମ୍ବରୁଧର ଭତରିଆ ଙ୍କ ନେତୃତ୍ୱରେ ଇନ୍ଦ୍ରାବତୀ ହାଇସ୍କୁଲ ଡୋଙ୍ଗରିଗୁଡା ରେ ଆୟୋଜିତ ହୋଇଥିଲା। ଏହା ପୂର୍ବରୁ କୋକସରା ଥାନା ଠାରେ କୋକସରା ବ୍ଲକ ଟେମେରା ସରପଞ୍ଚ କ୍ଷିତିରାମ ପାତ୍ର, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ,ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ସମାଜସେବି ଧବଳେଶ୍ବର ନାଗ, ପଞ୍ଚକ ପୋଢ଼ ଜନ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଶପଥ ପାଠ କରିବା ସହ ନିଜ ପଞ୍ଚାୟତ କୁ ନିଶା ମୁକ୍ତ କରିବାକୁ ସଚେତନତା ଅଭିଯାନ କରିବା ପାଇଁ ଶପଥ ନେଇଥିଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ସ୍ମୃତି ଚରାଣ ଉଦ୍ଦେଶ୍ୟ ରେ ଇନ୍ଦ୍ରାବତୀ ହାଇସ୍କୁଲ ଡୋଙ୍ଗରିଗୁଡା ରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ ରେ ରନ ଫର ୟୁନିଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରାରେ ବାହାରି ସଚେତନତା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ ରେ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସମେତ କୋକସରା ପୋଲିସ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

