India A Squad Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତ A ଦଳ ଘୋଷଣା, ତିଳକ ବର୍ମା ଅଧିନାୟକ ଓ ରଜତ ପାଟିଦାର ଉପଅଧିନାୟକ
ନୂଆଦିଲ୍ଲୀ: ଆସନ୍ତା ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ସୋମବାର ଭାରତ A ଦଳ ଘୋଷଣା କରିଛି BCCIର ଚୟନକମିଟି। ନଭେମ୍ବର ୧୯ରୁ ୨୯ ତାରିଖ ପର୍ଯ୍ୟନ୍ତ କତାରର ଦୋହାରେ ପୁରୁଷ ରାଇଜିଂ ଷ୍ଟାର୍ସ ଏସିଆ କପ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ A ଗ୍ରୁପ୍ Bରେ ରହିଛି। ଏହି ଗ୍ରୁପ୍ରେ UAE, ନେପାଳ ଓ ପାକିସ୍ତାନ A ମଧ୍ୟ ରହିଛନ୍ତି।
ଦଳର ଅଧିନାୟକ ଭାବେ ତିଳକ ବର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ରଜତ ପାଟିଦାର ଉପଅଧିନାୟକ ହୋଇଛନ୍ତି। ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂହ, ରିଙ୍କୁ ସିଂହ ଓ ସୂର୍ଯ୍ୟାଂଶ ଶେଡ୍ଗେଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ୱିକେଟ୍କିପର ଭାବେ ପ୍ରଭସିମରନ ସିଂହ ଓ କୁମାର କୁଶାଗ୍ର ଦଳରେ ଅଛନ୍ତି।
ଭାରତ A ଦଳର ଅନ୍ୟ ଖେଳାଳିମାନେ ହେଲେ ଶାହବାଜ ଅହମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ ଓ ଅର୍ଶଦ ଖାନ। ଗ୍ରୁପ୍ ପର୍ଯ୍ୟାୟରେ UAE, ନେପାଳ ଓ ପାକିସ୍ତାନ A ସହ ଭାରତ Aର ମୁକାବିଲା ହେବ। ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ।

