ବ୍ରହ୍ମପୁର ଠାରେ ବିଜପି ଦ୍ୱାରା ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଓ କାର୍ଯ୍ଯକ୍ରମ ଅନୁଷ୍ଠିତ
ବ୍ରହ୍ମପୁର ଠାରେ ବିଜପି ଦ୍ୱାରା ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଓ କାର୍ଯ୍ଯକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ସକାଳେ ବ୍ରହ୍ମପୁରର ସମସ୍ତ ୨୮ କଲେଜ ଓ ବିଶ୍ଵବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର (ABVP) ବିପୁଳ ବିଜୟରେ ବିଜୟୀ ହେଇଥିବା ସମସ୍ତ ଛାତ୍ର ନେତୃତ୍ୱଙ୍କୁ ଅଭିନନ୍ଦନ ଜଣାଇବା ସହ ଅର୍ଣ୍ଣବ ବାତ୍ୟାରେ ସେମାନଙ୍କ ସେବା କାର୍ଯ୍ୟକୁ ପ୍ରଶଂସା ଜଣେଇଥିଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାନେତ୍ରୀ ତଥା ବିଜେପି ଓଡ଼ିଶା ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀ ।ଦେଶରେ ସାଂପ୍ରତିକ ପରିସ୍ଥିତିରେ “ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ” କାର୍ଯ୍ଯକ୍ରମରେ ସକ୍ରିୟ ଭାବରେ ଯୋଗଦେବା ସହ ଗଣତନ୍ତ୍ର ସୁରକ୍ଷା ଦୃଷ୍ଟିରୁ ନିଜର ନାଗରିକ କର୍ତ୍ତବ୍ୟ ପ୍ରତିପାଦିତ କରିବାକୁ ଆଗ୍ରହ କରିଥିଲେ,ଏହି କାର୍ଯ୍ଯକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧକ୍ଷା ତଥା ଓଡ଼ିଶା ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡ଼ି ପୁରନ୍ଦେଶ୍ୱରୀ, ରାଜ୍ୟ ସାଧାରଣ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ସାରଦା ପ୍ରସାଦ ସତପଥି, ସୀମାନ୍ଚଳ ଖଟେଇ ଏବଂ ଶ୍ରୀମତି ପୂର୍ଣ୍ଣିମା ନାୟକ, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ,ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତୁତୁନ୍ ପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ପାଢ଼ୀ, ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗୈରୀ ସାମନ୍ତରା, ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖଙ୍କ ସମେତ ଜିଲ୍ଲାର ବହୁ ନେତୃବୃନ୍ଦ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ । ସମାଜରେ ଛାତ୍ର, ଛାତ୍ରୀ ଏବଂ ଯୁବସମାଜ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ନିଶ୍ଚିତ ଭାବରେ ଗଣତନ୍ତ୍ରଙ୍କୁ ରକ୍ଷା କରିବାରେ ବଡ଼ ଭୂମିକା ନେବା ସହିତ ଅରାଜକତାକୁ କ୍ଷୁର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ ଓଡ଼ିଶା ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀ ।

