ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ଠାରେ ଗୋ-ସମ୍ମାନ ଆହ୍ବାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ଠାରେ ଗୋ-ସମ୍ମାନ ଆହ୍ବାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ଆଜି “ଗୋ-ସମ୍ମାନ ଆହ୍ୱାନ” ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ପୂଜ୍ୟ ଶ୍ରୀ ଅମୃତାନନ୍ଦ ଗିରି ମହାରାଜ, ପୂଜ୍ୟ ଶ୍ରୀ କ୍ରାନ୍ତି ସ୍ୱରୂପାନନ୍ଦ ଗିରି ମହାରାଜ ଏବଂ କେନ୍ଦ୍ରୀୟ ନନ୍ଦୀ ବାବା’ଙ୍କ ସମେତ ବହୁ ସାଧୁସନ୍ଥ ଓ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ରୀ କୈଳାଶ ଚନ୍ଦ୍ର ଗୌଡ଼ (ଗୋ-ସମ୍ମାନ ଆହ୍ୱାନ ଅଭିଯାନ ସମ୍ଭାଗ ପ୍ରଭାରୀ), ସନ୍ଥ ସତ୍ୟନାରାୟଣ ଦାସ ମହାରାଜ (ଗଜପତି ଜିଲ୍ଲା ସନ୍ଥ ସମିତି), ଗିନ୍ନି କୁର୍ମା ରେଡ୍ଡୀ (ଗୋ-ସମ୍ମାନ ଆହ୍ୱାନ ଅଭିଯାନ ଜିଲ୍ଲା ପ୍ରଭାରୀ), ରମେଶ ଚନ୍ଦ୍ର ପାତ୍ର (ଜିଲ୍ଲା ସମ୍ପାଦକ), ମନୋଜ କୁମାର ଦାଶ (ଗୋ-ସେବା ଓ ସମ୍ବର୍ଦ୍ଧନା ପ୍ରମୁଖ)ଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ ଗଜପତି ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଗୋ-ମାତା’ଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ପାଇଁ ସମସ୍ତେ ଏକତ୍ରିତ ହୋଇ ସମାଜରେ ଗୋ-ସମ୍ମାନ, ଗୋ-ସେବା ଓ ଗୋ-ସୁରକ୍ଷାର ବାର୍ତ୍ତା ସମାଜ’ର ପ୍ରତ୍ୟେକ ବ୍ୟକ୍ତି’ଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ । ଏଥି ସମେତ ରାଜଧାନୀ ଭୁବନେଶ୍ୱର ଠାରେ ଆସନ୍ତା ୧୭ ଡିସେମ୍ବର ୨୦୨୬ ରେ ହେବାକୁଥିବା ଗୋ ସମ୍ମାନ ଆବାହନ ଅଭିଯାନ ର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା।

