Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Iran on Trump: ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟିକୁ ଝଟକା ପରେ ଟ୍ରମ୍ପଙ୍କୁ ନେଇ ଇରାନ ଦୂତାବାସର ବ୍ୟଙ୍ଗାତ୍ମକ ପୋଷ୍ଟ

ନୂଆଦିଲ୍ଲୀ: ଆମେରିକାର ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିବା ପରେ ତାଙ୍କୁ କଟାକ୍ଷ କରିଛି ଇରାନ। ଇରାନ ଦୂତାବାସର ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ବ୍ୟଙ୍ଗାତ୍ମକ ପୋଷ୍ଟ ସେୟାର କରାଯାଇଛି। ଏଥିରେ ‘ଟ୍ରମ୍ପ’ ଲେଖାଥିବା ଏକ ବସ୍ତୁକୁ ‘ହାଜାର୍ଡସ୍‌ ୱେଷ୍ଟ୍‌’ ବା ବିପଜ୍ଜନକ ବର୍ଜ୍ୟବସ୍ତୁ ଲେଖାଥିବା ଡଷ୍ଟବିନ୍‌ରେ ଫିଙ୍ଗୁଥିବାର ଚିତ୍ର ଦେଖାଯାଇଛି। ଏହି ପୋଷ୍ଟ ମାଧ୍ୟମରେ ଇରାନ ଆମେରିକା ରାଷ୍ଟ୍ରପତିଙ୍କୁ ପରୋକ୍ଷରେ ପରିହାସ କରିଛି।

ଆମେରିକା ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିର ଉଲ୍ଲେଖନୀୟ ସଫଳତା ପରେ ଇରାନର ଏହି ପୋଷ୍ଟ ଆସିଛି। ଟ୍ରମ୍ପଙ୍କ ଦଳକୁ ମିଳିଥିବା ଝଟକାକୁ ନେଇ ତେହେରାନ ପକ୍ଷରୁ ଏହାକୁ ଆମେରିକାକୁ କଟାକ୍ଷ କରିବାର ଆଉ ଏକ ସୁଯୋଗ ଭାବେ ନିଆଯାଇଛି। ଏହି ପୋଷ୍ଟ ଏବେ ଆମେରିକା ଓ ଇରାନ ମଧ୍ୟରେ ରହିଥିବା ରାଜନୈତିକ ତିକ୍ତତାକୁ ପୁଣି ଚର୍ଚ୍ଚାକୁ ଆଣିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories