ଅବକାରୀ ଚଢ଼ାଉ,୧୯ ଲିଟର ମଦ ଜବତ ୨ କୋର୍ଟ ଚାଲାଣ।
କଳାହାଣ୍ଡି,୦୪/୧୧
କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ଥାନା ପକ୍ଷରୁ ବୁଧବାର ତେଣ୍ଡାପାଳି ଓ ମାଝୀଗୁଡା ଗ୍ରାମ ରେ ପେଟ୍ରୋଲିଂ ସମୟରେ ଅତର୍କିତ ଚଢ଼ାଉ କରିବା ସମୟରେ ମାଝୀଗୁଡା ଗ୍ରାମର ହୀରଣ୍ୟ ବାଗ(୪୩) ନିକଟରୁ ୧୦ ଲିଟର ହାତ ରନ୍ଧା ମଦ ଓ ତେଣ୍ଡାପାଳି ଗ୍ରାମର ଚନ୍ଦ୍ରମଣି ଗଇନ୍ତା ନିକଟରୁ ୯ ଲିଟର ଦେଶୀ ମଦ ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋକସରା ଜେଏମଏଫସି କୋର୍ଟ ଚାଲାଣ କରା ଯାଇଥିବା ନେଇ କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ଵର ପଟେଲ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ରେ କୋକସରା ଅବକାରୀ ଥାନା ର କର୍ମଚାରୀ ମାନେ ସାମିଲ ଥିଲେ।

