ଉଦଯାପିତ ହେଲା ଦଣ୍ଡପାଟ ଦଶରା ମହୋତ୍ସବ,ଯୋଗଦେଲେ ବିଧାୟକ।
କଳାହାଣ୍ଡି,୦୪/୧୧
କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ଗୋତମୁଣ୍ଡା ଠାରେ ୩ ଦିନ ଧରି ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀ ଙ୍କ ଦଣ୍ଡପାଟ ଦଶରା ମହୋତ୍ସବ ମଙ୍ଗଳବାର ରାତିରେ ଉଦଯାପିତ ହୋଇଯାଇଛି। ଉଦଯାପିତ ସନ୍ଧ୍ୟାରେ ଦଶରା କମିଟି ର ସଭାପତି ହେମନ୍ତ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଅଞ୍ଚଳବାସୀ ଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ ବୋଳି କହିବା ସହ ଦଶରା ମହୋତ୍ସବ କେବଳ ଆମର ଦେବାଦେବୀ ଙ୍କ ପୂଜାର୍ଚ୍ଚନା ରେ ସୀମିତ ନୁହେଁ, ଆମର ଗୌରବ, ପରମ୍ପରା, ସଂସ୍କୃତି ର ବାର୍ତ୍ତାବହ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ପ୍ରଧାନ ଶିକ୍ଷକ ମନୋଜ କୁମାର ମାଝୀ,ନାରିନେତ୍ରୀ ତିଲୋତ୍ତମା ନାଏକ, ଗୋତମୁଣ୍ଡା ଫାଣ୍ଡି ଅଧିକାରୀ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ଏହି ଅବସରରେ ଦଣ୍ଡପାଟ ମୁକ୍ତ ରଙ୍ଗମଞ୍ଚ ରେ ଆସନ୍ତା ଡିସେମ୍ବର ୨୭ ରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଧନୁଯାତ୍ରା ର ଲୋଗୋ କୁ ବିଧାୟକ ଓ ଉପସ୍ଥିତ ଅତିଥିମାନେ ଉନ୍ମୋଚିତ କରିଥିଲେ।ମଞ୍ଚ ପରିଚାଳନା ରେ ଉଦଘୋଷକ କ୍ଷୀରସିନ୍ଧୁ ବାଣୁଆ ସୁନ୍ଦର ଶବ୍ଦ ସଂଯୋଜନା ସହ ମଞ୍ଚ ପରିଚାଳନା କରିଥିଲେ।ଦଣ୍ଡପାଟ ଦଶରା କମିଟି ପକ୍ଷରୁ ଗୋତମୁଣ୍ଡା ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ପୂଜା କମିଟି ପକ୍ଷରୁ ବଳରାମ ମାଝୀ, ନିରଞ୍ଜନ ବାଗ, ପୂର୍ଣ୍ଣଚନ୍ଦ୍ର ନାଏକ, ଯଦୁମଣି ଦୁର୍ଗା, ଭରତ ଚନ୍ଦ୍ର ପୂଝାରି, ପିଣ୍ଟୁ ବାଗ, ରୋମାଞ୍ଚଳ ପୂଝାରୀ, ତୁଲାରାମ ଗୋପାଳ,ଭରତ ଦୁର୍ଗା, ଦ୍ରୋଣଚାର୍ଯ୍ୟ ପୂଝାରି ସମେତ ଗ୍ରାମବାସୀ ମାନେ ଦଣ୍ଡପାଟ ଦଶରା ମହୋତ୍ସବ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ଭୂମିକା ନେଇ ସହଯୋଗ କରିଥିଲେ।

