Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kotia Voting Row: ଆନ୍ଧ୍ରରେ ଭୋଟ୍ ଦେଇ ଫେରୁଛନ୍ତି କୋଟିଆର ଓଡ଼ିଆ ଭୋଟର, ବଢ଼ିଲା ଉତ୍ତେଜନା

ଭୁବନେଶ୍ୱର: କୋଟିଆ ଅଞ୍ଚଳରେ ପୁଣି ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ତୀବ୍ର ହୋଇଛି। ଆନ୍ଧ୍ରପ୍ରଦେଶରେ ମତଦାନ କରି କୋଟିଆକୁ ଫେରୁଥିବା ଅନେକ ଓଡ଼ିଆ ଭୋଟରଙ୍କୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁସାରେ, କିଛି ଭୋଟର ରାତିରୁ ଆନ୍ଧ୍ରକୁ ଯାଇ ଭୋଟ୍ ଦେଇଥିବା ବେଳେ ଆଉ କେତେକ ଏବେ ମଧ୍ୟ ସେଠାକୁ ଯିବାକୁ ଉଦ୍ୟମ କରୁଛନ୍ତି।

ଆନ୍ଧ୍ରରେ ମତଦାନ କରିବାକୁ ଯାଉଥିବା ଲୋକଙ୍କୁ ରୋକିବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଆନ୍ଧ୍ରରେ ଭୋଟ୍ ଦେଇ ଫେରୁଥିବା ଭୋଟରଙ୍କୁ ସ୍ଥାନୀୟ ନେତା ଓ କର୍ମୀ ବିରୋଧ କରୁଛନ୍ତି। ଓଡ଼ିଶାର ସରକାରୀ ସୁବିଧା ଉପଭୋଗ କରି ଆନ୍ଧ୍ରରେ ଭୋଟ୍ ଦେବାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। “ଓଡ଼ିଶାରେ ଖାଇବ, ଆନ୍ଧ୍ରରେ ଭୋଟ୍ ଦେବ” ବୋଲି କହି ଅସନ୍ତୋଷ ପ୍ରକାଶ କରୁଛନ୍ତି।

ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ପୁଣି ଏକାଠି ହୋଇଛନ୍ତି। ଫଳରେ କୋଟିଆରେ ରାଜନୈତିକ ଉଷ୍ମତା ବଢ଼ିବା ସହ ସୀମା ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ