Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odia Film: ନୂଆ ଓଡ଼ିଆ ଫିଲ୍ମ ‘ଅଲି ବଜରଙ୍ଗବାଲି’ର ପୋଷ୍ଟର ରିଲିଜ୍, ଡିସେମ୍ବରରୁ ସୁଟିଂ

ଭୁବନେଶ୍ୱର: ଓଲିଉଡ୍‌ରେ ଆଉ ଏକ ନୂଆ ସିନେମା ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ‘ଅଲି ବଜରଙ୍ଗବାଲି’ ନାମକ ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିବା ସହ ଏଥିରେ ଅଭିନୟ କରିବାକୁ ଥିବା କଳାକାରଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। କଳ୍ପନା ଫିଲ୍ମସ୍‌ ଓ ଲିଭ୍‌ ଲାଇଭ୍‌ ଓଡ଼ିଆ ମିଶି ଏହି ସିନେମା ନିର୍ମାଣ କରୁଛନ୍ତି।

ଏସ୍‌. ଦିଲ୍ଲୀପ ପଣ୍ଡା ଫିଲ୍ମର ନିର୍ଦ୍ଦେଶନା ସହ ଚିତ୍ରନାଟ୍ୟ ଦାୟିତ୍ୱ ସମ୍ଭାଳିବେ। ସୋହମ ସିଂହ ଓ ଟିଟନ ସାହୁ ପ୍ରଯୋଜନା କରୁଥିବା ବେଳେ କାହାଣୀ ସୋହମ ସିଂହ ଲେଖିଛନ୍ତି। ସଂଳାପ ରଚନା କରିଛନ୍ତି ବିଜୟ ରାଉଳ। ଚଳଚ୍ଚିତ୍ରର ସଙ୍ଗୀତ ଦାୟିତ୍ୱ ବୈଦ୍ୟନାଥ ଦାଶ ଓ ଜେଏନ୍‌ ପଦ୍ମାଙ୍କ ହାତରେ ରହିଛି। ପୋଷ୍ଟର ଉନ୍ମୋଚନ ଅବସରରେ ସମାଜସେବୀ ମୀରା ପରିଡ଼ା, ସାହିତ୍ୟିକ ସଞ୍ଜୟ ଭଟ୍ଟ, ପ୍ରଣୟ ଜେଠୀଙ୍କ ସମେତ ଲିଭ୍‌ ଲାଇଭ୍‌ ଓଡ଼ିଆର ପ୍ରଯୋଜକ ଡଃ ଟିଟନ ସାହୁ ଓ ମ୍ୟାନେଜିଂ ଡାଇରେକ୍ଟର ଦେବସ୍ମିତା ସାହୁ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ରରେ ସୋହମ ସିଂହ ବଜରଙ୍ଗୀ ଏବଂ ଚନ୍ଦନ କର ଅଲି ଭୂମିକାରେ ଅଭିନୟ କରିବେ। ସସ୍ମିତା ମୁଖ୍ୟ ନାୟିକା ଭାବେ ଦେଖାଦେବେ। ପ୍ରଯୋଜନା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଡିସେମ୍ବରରୁ ଏହି ଫିଲ୍ମର ସୁଟିଂ କାମ ଆରମ୍ଭ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories