Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Keenan-Ruben Murder Case: ୨୦୧୧ ମସିହାର ବହୁଚର୍ଚ୍ଚିତ କିନନ୍‌-ରୁବେନ୍‌ ହତ୍ୟା ମାମଲାରେ ମୁଖ୍ୟ ଦୋଷୀଙ୍କ ଦଣ୍ଡ କମାଇଲେ ବମ୍ବେ ହାଇକୋର୍ଟ, ୨୦ ବର୍ଷ ଜେଲ୍‌

ମୁମ୍ବାଇ: ୨୦୧୧ ମସିହାର ମୁମ୍ବାଇର ବହୁଚର୍ଚ୍ଚିତ କିନନ୍‌-ରୁବେନ୍‌ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗୁରୁବାର ଏକ ବଡ଼ ରାୟ ଦେଇଛନ୍ତି। ମାମଲାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ରାଣାଙ୍କ ଦଣ୍ଡକୁ ଆଜୀବନ ଜେଲ୍‌ରୁ ୨୦ ବର୍ଷ କଠୋର କାରାଦଣ୍ଡକୁ କମାଇ ଦିଆଯାଇଛି। ଏହି ଦଣ୍ଡରେ କୌଣସି ଆଇନଗତ ରିହାତି ମିଳିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ହତ୍ୟା ଅଭିଯୋଗରୁ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ ସହ ଧାରା ୩୪ ଅନୁଯାୟୀ ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ପ୍ରମାଣ କରିବା ପାଇଁ ଯଥେଷ୍ଟ ତଥ୍ୟ ନଥିବା କୋର୍ଟ କହିଛନ୍ତି।

ଏହି ଘଟଣା ୨୦୧୧ ଅକ୍ଟୋବରରେ ଘଟିଥିଲା। ମୁମ୍ବାଇର ଆମ୍ବୋଲି ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟ ବାହାରେ ୨୪ ବର୍ଷୀୟ କିନନ୍‌ ସାଣ୍ଟୋସ୍‌ ଓ ୨୯ ବର୍ଷୀୟ ରୁବେନ୍‌ ଫର୍ନାଣ୍ଡିସ୍‌ଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ। ସେମାନଙ୍କ ସହ ଥିବା ମହିଳା ସାଙ୍ଗମାନଙ୍କୁ କିଛି ଲୋକ ହଇରାଣ କରୁଥିବାରୁ ଦୁଇ ଯୁବକ ଏହାର ପ୍ରତିବାଦ କରିଥିଲେ। ଆକ୍ରମଣରେ କିନନ୍‌ଙ୍କ ମୃତ୍ୟୁ ସେହି ରାତିରେ ହୋଇଥିବାବେଳେ ରୁବେନ୍‌ ଅକ୍ଟୋବର ୩୧ରେ ଆଖି ବୁଜିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories