Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Suryakumar Yadav: ଘରୋଇ କ୍ରିକେଟ୍‌ରେ ଖେଳିପାରନ୍ତି ସୂର୍ଯ୍ୟକୁମାର ଯାଦବ, ଟିମ୍‌ ଇଣ୍ଡିଆକୁ ଫେରିବା ନେଇ ବଢିଛି ଆଶା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଭାରତକୁ ଚାମ୍ପିଅନ୍‌ କରାଇଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି। ଏହାସହ ତାଙ୍କଠାରୁ ଅଧିନାୟକ ପଦ ମଧ୍ୟ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ତେବେ ଏବେ ସୂର୍ଯ୍ୟକୁମାରଙ୍କ କ୍ରିକେଟ୍‌ ମଇଦାନକୁ ଫେରିବା ନେଇ ସମ୍ଭାବନା ଦେଖାଦେଇଛି।

ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ମୁମ୍ବାଇ ପକ୍ଷରୁ ଖେଳିପାରନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଲିବ। ଏଠାରେ ଖେଳି ସେ ନିଜ ଫର୍ମ ପ୍ରମାଣ କରିବାର ସୁଯୋଗ ପାଇପାରନ୍ତି।

ବର୍ତ୍ତମାନ ଟିମ୍‌ ଇଣ୍ଡିଆକୁ ସୂର୍ଯ୍ୟକୁମାରଙ୍କ ଫେରିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏଭଳି ସ୍ଥିତିରେ ଘରୋଇ କ୍ରିକେଟ୍‌ରେ ତାଙ୍କ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ହେବ। ମୁମ୍ବାଇ ପକ୍ଷରୁ ଭଲ ଖେଳିଲେ ଜାତୀୟ ଦଳକୁ ଫେରିବା ପାଇଁ ତାଙ୍କ ଦାବି ମଜବୁତ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ