Cristiano Ronaldo Retirement: ଅନ୍ତର୍ଜାତୀୟ ଫୁଟବଲ୍ରୁ ସନ୍ନ୍ୟାସ ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!
ନୂଆଦିଲ୍ଲୀ: ଫୁଟବଲ୍ ଜଗତରେ ଶେଷ ହେବାକୁ ଯାଉଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପର୍ତ୍ତୁଗାଲର ମହାନ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ୪୧ ବର୍ଷୀୟ ଏହି ଷ୍ଟାର୍ ଖେଳାଳି ଦୀର୍ଘ ୨୩ ବର୍ଷ ଧରି ପର୍ତ୍ତୁଗାଲ ଜାତୀୟ ଦଳ ପକ୍ଷରୁ ଖେଳି ନିଜର ପ୍ରଦର୍ଶନରେ ବିଶ୍ୱର କୋଟି କୋଟି ଫୁଟବଲ୍ ପ୍ରଶଂସକଙ୍କ ମନ ଜିତିଛନ୍ତି।
ରୋନାଲ୍ଡୋଙ୍କ ଏହି ନିଷ୍ପତ୍ତି ପରେ ତାଙ୍କୁ ଆଉ ପର୍ତ୍ତୁଗାଲ ଜର୍ସିରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଦୀର୍ଘ ବର୍ଷ ଧରି ଦେଶ ପାଇଁ ଖେଳିବା ସହ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଥିବା ରୋନାଲ୍ଡୋଙ୍କ ବିଦାୟ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର।
ତେବେ ରୋନାଲ୍ଡୋଙ୍କ ଏହି ଘୋଷଣା ସମ୍ପର୍କରେ ଅଧିକ ବିବରଣୀ ମିଳିବା ପରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ୍ ଓ ଆଗାମୀ ଯୋଜନା ସମ୍ପର୍କରେ ସ୍ପଷ୍ଟତା ଆସିବ।

