Tanvi Patri: Youth Olympics 2026ରେ ଇତିହାସ ରଚିଲେ ତନଭି, ବ୍ୟାଡମିଣ୍ଟନରେ ଜିତିଲେ ରୌପ୍ୟ ପଦକ
ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଡମିଣ୍ଟନରେ ନୂଆ ଇତିହାସ ରଚିଛନ୍ତି ତନଭି ପାତ୍ରୀ। ସେନେଗାଲର ଡାକାରରେ ଚାଲିଥିବା ୨୦୨୬ ସମର ୟୁଥ୍ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବର୍ଗରେ ରୌପ୍ୟ ପଦକ ଜିତି ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ତାଙ୍କର ମୁକାବିଲା ବର୍ତ୍ତମାନର ବିଶ୍ୱ ଜୁନିୟର ଚାମ୍ପିୟନ୍ ଚୀନ୍ର ଝାଙ୍ଗ ୟି ଜିନ୍ଙ୍କ ସହ ହୋଇଥିଲା।
ଏକ ଘଣ୍ଟା ୨୨ ମିନିଟ୍ ଧରି ଚାଲିଥିବା ରୋମାଞ୍ଚକର ଫାଇନାଲ୍ରେ ତନଭି ୧୫-୨୧, ୨୧-୧୩, ୨୪-୨୬ ଗେମ୍ରେ ପରାସ୍ତ ହୋଇଥିଲେ। ମ୍ୟାଚ୍ରେ ସେ ୬ଟି ମ୍ୟାଚ୍ ପଏଣ୍ଟ ବଞ୍ଚାଇଥିବା ବେଳେ ନିଜର ୩ଟି ମ୍ୟାଚ୍ ପଏଣ୍ଟକୁ ବିଜୟରେ ପରିଣତ କରିପାରିନଥିଲେ। ତେବେ ଫାଇନାଲ୍ରେ ପହଞ୍ଚିବା ସହ ସେ ପୂର୍ବରୁ ହିଁ ୟୁଥ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଫାଇନାଲ୍ ଖେଳିବାରେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଥିଲେ।
ଏହା ପୂର୍ବରୁ ୨୦୧୦ରେ ଏଚ୍.ଏସ୍. ପ୍ରଣୟ ଏବଂ ୨୦୧୮ରେ ଲକ୍ଷ୍ୟ ସେନ୍ ୟୁଥ୍ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ ବ୍ୟକ୍ତିଗତ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ତନଭିଙ୍କ ଏହି ସଫଳତା ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଏକ ଉଲ୍ଲେଖନୀୟ ଉପଲବ୍ଧି ହୋଇଛି।

