Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ramayana Box Office: ୨୦୨୬ରେ ଦ୍ୱିତୀୟ ସର୍ବବୃହତ୍ ଓପନିଂ ହାସଲ କଲା ରଣବୀର କପୁରଙ୍କ ଫିଲ୍ମ ‘ରାମାୟଣ’

ମୁମ୍ବାଇ: ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’ ବକ୍ସ ଅଫିସ୍‌ରେ ଦମଦାର ଆରମ୍ଭ କରିଛି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ପୌରାଣିକ ଫିଲ୍ମ ରିଲିଜ୍‌ ପୂର୍ବରୁ ଭଲ ଆଡଭାନ୍ସ ବୁକିଂ ହାସଲ କରିଥିଲା। ସିନେମା ହଲ୍‌ରେ ରିଲିଜ୍‌ ହେବା ପରେ ମଧ୍ୟ ଏହାକୁ ଦର୍ଶକ ଓ ସମୀକ୍ଷକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବା ରିପୋର୍ଟରେ କୁହାଯାଇଛି।

ପ୍ରାରମ୍ଭିକ ବକ୍ସ ଅଫିସ୍‌ ଆକଳନ ଅନୁସାରେ, ଓପନିଂ ଡେ’ କଲେକ୍ସନ୍‌ରେ ‘ରାମାୟଣ’ ୨୦୨୬ରେ ରିଲିଜ୍‌ ହୋଇଥିବା ଫିଲ୍ମଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହା ‘ଧୁରନ୍ଧର’, ଶାହରୁଖ ଖାନ୍‌ଙ୍କ ‘ପଠାନ୍‌’ ଏବଂ ରଣବୀର କପୁରଙ୍କ ‘ଆନିମଲ୍‌’ର ଓପନିଂ ରେକର୍ଡକୁ ପଛରେ ପକାଇଛି। ତେବେ ଏହି ବର୍ଷର ସବୁଠାରୁ ବଡ଼ ଓପନିଂ ରେକର୍ଡ ଏବେ ବି ‘ଧୁରନ୍ଧର: ଦ ରିଭେଞ୍ଜ’ ନାଁରେ ରହିଛି।

ତେବେ ପ୍ରଥମ ଦିନର ଆୟ ଦୃଷ୍ଟିରୁ ‘ରାମାୟଣ’ ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’କୁ ପଛରେ ପକାଇପାରିନାହିଁ। ପ୍ରାରମ୍ଭିକ ଆକଳନ ଅନୁସାରେ, ଫିଲ୍ମଟି ଚଳିତ ବର୍ଷର ଅନ୍ୟତମ ବଡ଼ ଓପନିଂ ହାସଲ କରିଥିବାବେଳେ ଏହାର ପ୍ରକୃତ ବକ୍ସ ଅଫିସ୍‌ ଆୟ ନେଇ ଚୂଡ଼ାନ୍ତ ତଥ୍ୟକୁ ଅପେକ୍ଷା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ