Vijay Sethupathi: International Emmy Awardsରେ ପ୍ରେଜେଣ୍ଟର ହେବେ ବିଜୟ ସେତୁପତି, ଭାରତୀୟ ସିନେମା ପାଇଁ ନୂଆ ଉପଲବ୍ଧି
ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତ ପାଇଁ ଆସିଛି ଏକ ଖୁସି ଖବର। ଦକ୍ଷିଣ ଭାରତୀୟ ଅଭିନେତା ବିଜୟ ସେତୁପତି ୫୪ତମ ଇଣ୍ଟରନ୍ୟାସନାଲ୍ ଏମି ଆୱାର୍ଡସ୍ରେ ପ୍ରେଜେଣ୍ଟର ଭାବେ ଯୋଗଦେବେ। ନ୍ୟୁୟର୍କରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପ୍ରେଜେଣ୍ଟର ହେବାକୁ ଯାଉଥିବା ସେ ପ୍ରଥମ ଭାରତୀୟ ଅଭିନେତା ବୋଲି ସୂଚନା ମିଳିଛି। ଏହା ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ କଳାକାରଙ୍କ ଉପସ୍ଥିତି ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ।
ଇଣ୍ଟରନ୍ୟାସନାଲ୍ ଏକାଡେମୀ ଅଫ୍ ଟେଲିଭିଜନ୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍ର କବିତା ଗୁପ୍ତାଙ୍କ ସହଯୋଗରେ ଭାରତୀୟ କଳାକାରଙ୍କୁ ବିଶ୍ୱସ୍ତରୀୟ ମଞ୍ଚରେ ସୁଯୋଗ ଦେବା ପାଇଁ ଏହି ପ୍ରୟାସ କରାଯାଉଛି। ବିଜୟ ସେତୁପତିଙ୍କ ଏହି ଉପସ୍ଥିତି ଭାରତୀୟ କଳାକାରଙ୍କ ଅନ୍ତର୍ଜାତୀୟ ପରିଚୟକୁ ଆହୁରି ଆଗକୁ ନେବ ବୋଲି ଆଶା କରାଯାଉଛି।
ଏହି ବର୍ଷ ଭାରତରୁ ଅନ୍ୟ କିଛି ନାମ ମଧ୍ୟ ଏମି ଆୱାର୍ଡସ୍ରେ ସାମିଲ ହୋଇଛି। କମେଡିଆନ୍ ତଥା ଅଭିନେତା ବୀର ଦାସ ତାଙ୍କର ଶୋ’ ‘Vir Das: Fool Volume’ ପାଇଁ ପୁଣିଥରେ ନୋମିନେସନ୍ ପାଇଛନ୍ତି। ସେହିପରି ‘Real Kashmir Football Club’ ଡ୍ରାମା ସିରିଜ୍ ବର୍ଗରେ ପ୍ରତିଯୋଗିତାରେ ରହିଛି।

