Bengaluru Crime: ଗୋଟିଏ ପରିବାରର ୭ ଜଣଙ୍କୁ ହତ୍ୟା, ମୃତକଙ୍କ ମଧ୍ୟରେ ପତ୍ନୀ ଓ ୭ ବର୍ଷର ପୁଅ
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଗୋଟିଏ ପରିବାରର ୭ ଜଣଙ୍କ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ଇନ୍ଦୁଶେଖର ନାମକ ଜଣେ କ୍ୟାବ୍ ଡ୍ରାଇଭରଙ୍କ ଉପରେ ହତ୍ୟା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ତାଙ୍କ ପତ୍ନୀ ଓ ୭ ବର୍ଷର ପୁଅ ମଧ୍ୟ ଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପ୍ରାଥମିକ ତଦନ୍ତ ଅନୁସାରେ, ପାରିବାରିକ ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୁଲିସ। ଅଭିଯୁକ୍ତ ଜଣକ ପୀଡ଼ିତମାନଙ୍କୁ ଜଣ ଜଣ କରି ନିଜ ଘରକୁ ଡାକିବା ପରେ ଗ୍ରାଇଣ୍ଡିଂ ଷ୍ଟୋନ୍ରେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତଦେହଗୁଡ଼ିକୁ ନନ୍ଦୀ ହିଲ୍ସ ଆଖପାଖର ବିଭିନ୍ନ ସ୍ଥାନରେ ଫିଙ୍ଗାଯାଇଥିବା ସୂଚନା ମିଳିଛି। ରାଜାଜୀନଗର ପୁଲିସ ମାମଲା ରୁଜୁ କରି ହତ୍ୟାର କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

