ବୀରମହାରାଜପୁର ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ୟୁଜିସି ଆଇନ ପ୍ରତ୍ୟାହାର ଦାବିରେ ଶୋଭାଯାତ୍ରା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ୟୁଜିସି ଆଇନ ପ୍ରତ୍ୟାହର ଦାବିରେ ବିରାଟ ଶୋଭାଯାତ୍ରା ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି l ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରି ବୀରମହାରାଜପୁର ମୂଖ୍ୟ ଛକ ଦେଇ ଉପ ଜିଲ୍ଲପାଳଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲା l ସେଠାରେ ପୃଥକ ପୃଥକ ଭାବେ ପ୍ରଧାମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ମଧ୍ୟ ଆଉ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ୟୁଜିସି ଆଇନ ପ୍ରତ୍ୟାହର କରିବା ମୁଖ୍ୟ ଦାବି ରହିଥିଲା l ବୀରମହାରାଜପୁର ବ୍ଲକ ବ୍ରାହ୍ମଣ ଏକତା ମଞ୍ଚ ର ସଭାପତି ଅକ୍ଷୟ କୁମାର ମିଶ୍ର ଙ୍କ ନେତୃତ୍ଵ ରେ ଆୟୋଜିତ ପଦଯାତ୍ରାରେ ଏନ୍ ଏ ସି ସଭାପତି କିଶୋର ହୋତା, ସମ୍ପାଦକ, ନାରାୟଣ ରଥ କାର୍ଯକାରୀ ସଭାପତି ରାଧେଶ୍ୟାମ ପୁରୋହିତ , ସମ୍ପାଦକ ଦ୍ଵିତିକୃଷ୍ଣ ପଣ୍ଡା, ସଂଯୋଜକ ଯୁଗଳ କିଶୋର ମିଶ୍ର, କୋଷାଧ୍ୟକ୍ଷ ସୁର୍ଯ୍ୟ ନନ୍ଦ , ଦାମୋଦର ହୋତା, ମିଳିତ ସଂଗଠନ ର ସଂଯୋଜକ ଡକ୍ଟର ପ୍ରଫୁଲ୍ଲ କୁମାର ରଥ, ବିବଶ୍ଵତି ପଣ୍ଡା, ଦୟାନିଧି ହୋତା, କୃଷ୍ଣ ଚନ୍ଦ୍ର ପାଢ଼ୀ, ସତ୍ୟଞିବ ମିଶ୍ର, ବିଷ୍ଣୁ ଚରଣ ପଣ୍ଡା, ନାରାୟଣ ପ୍ରାସାଦ ମିଶ୍ର, ରାଜ ଗୋପାଲ ପାଣିଗ୍ରାହୀ ଦିଲ୍ଲୀପ ଚାନ୍ଦ, ବ୍ରଜ ଗୋପାଳ ମହାପାତ୍ର, ନିଳାମ୍ବର ପଣ୍ଡା,ପଣ୍ତିତ ମେଡେନ୍ ବିଶି, ବିଶେଶ୍ୱର ପାଣଗ୍ରାହୀ, ପଦ୍ମ ଲୋଚନ ମିଶ୍ର, ସୁରେଶ ମିଶ୍ର ,ଗୋବିନ୍ଦ ମିଶ୍ର, ବ୍ୟୋମକେଶ ପଣ୍ଡା, ନବାରୁଣ ଦେବଦତ୍ତ ଶତପଥି, ବିଜୟ ମହାପାତ୍ର, ଗୋବିନ୍ଦ ପାଣିଗ୍ରାହୀ, ଅଭିମନ୍ୟୁ ରଥଙ୍କ ସମେତ ତିନି ଶହ ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ l ଉକ୍ତ ଦାବୀପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେରଙ୍କୁ ପ୍ରଦାନ କରାଯାଇଥିଲା l ପରେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା l

