ଯୁବକ ଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା,ପୋଲିସ ର ଛାନଭିନ ମିଳିନାହିଁ କଟାମୁଣ୍ଡ,ପୋଲିସ ର ତଦନ୍ତ ଜାରି।
କଳାହାଣ୍ଡି,୦୬/୧୧
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ସୁପାଡ ରାସ୍ତା ବିୟର ପାର୍ଲର ନିକଟରେ ଥିବା ଏକ ଚାଷଜମି ରୁ ଜଣେ ଯୁବକ ଙ୍କୁ ଅତି ବିଭତ୍ସ ଭାବେ ଗଣ୍ଡି ରୁ ମୁଣ୍ଡ ଅଲଗା କରି ଅମାନୁଷିକ ଭାବେ ହତ୍ୟା କରା ଯାଇଥିବା ବେଳେ ଗୁରୁବାର ଅପରାହ୍ନ ରେ ମୃତ ଯୁବକ ର ମୃତଦେହ ଠାବ ହୋଇଥିଲା। ତେବେ ମୃତ ଯୁବକ ଲଡୁଗାଁ ଆମ୍ବେଦକର ପଡା ର ନବ କିଶୋର ବାଗ ଙ୍କ ମଝିଆ ପୁଅ ରାଜୁ ବାଗ (୩୦) ବୋଲି ସ୍ଥାନୀୟ ପଡ଼ାବାସୀ ମାନେ ଚିଂହ୍ନଟ କରିବା ପରେ ପରିବାର ଲୋକେ ଆସି ମୃତ ଯୁବକ ରାଜୁ ବାଗ ବୋଳି ସ୍ପଷ୍ଟ କରିଥିଲେ।ତେବେ ପୋଲିସ ଖୋଜାଖୋଜି କରିବା ପରେ ମଧ୍ୟ ମୃତକ କଟାମୁଣ୍ଡ ଗତକାଲି ମିଳିନଥିଲା।
କୋକସରା ପୋଲିସ ର ତନାଘନା ପରେ ଶୁକ୍ରବାର ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କ ଉପସ୍ଥିତି ରେ ଧର୍ମଗଡ଼ ଉପଖଣ୍ଡ ଏସଡିପିଓ ଭାର୍ଷିତା ଆଡେ଼ପୁ ଙ୍କ ନେତୃତ୍ବରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ଯ ରେ ତନ୍ନ ତନ୍ନ କରି ଛାନଭିନ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ମଧ୍ୟ ବିୟର ପାର୍ଲର, ନିକଟସ୍ଥ ଚାଷଜମି ଅଞ୍ଚଳ ଓ ସୁପାଡ଼ ରାସ୍ତା ରେ ବୁଲାବୁଲି କରିଥିବା ବେଳେ କଟାମୁଣ୍ଡ ଖୋଜିବାରେ ବିଫଳ ହୋଇଥିଲା। ଘଟଣାସ୍ଥଳରେ ମୃତକ ଯୁବକ ଙ୍କ ପରିବାର ଓ ପଡ଼ାବାସୀ ପକ୍ଷରୁ ନିରପେକ୍ଷ ତଦନ୍ତ ସହ କଟାମୁଣ୍ଡ ଖୋଜିବା ଓ ହତ୍ୟା ଘଟଣା ରେ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ ଦାବି ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପକ୍ଷରୁ କଟାମୁଣ୍ଡ ଖୋଜିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର ସହ ସମସ୍ତ ଦିଗରୁ ଖୋଜାଖୋଜି କରିବା ସତ୍ତ୍ୱେ ମଧ୍ୟ ପୋଲିସ କୁ କଟାମୁଣ୍ଡ ଖିଅ ମିଳିବାରେ କୌଣସି ସଫଳତା ମିଳିନାହିଁ। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ନେବା ସମୟରେ ପରିବାର ଲୋକେ ବାଧା ଦେବାସହ କଟାମୁଣ୍ଡ ଖୋଜିବା ପାଇଁ ପୋଲିସ ଉପରେ ଚାପ ପ୍ରୟୋଗ କରିଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ପ୍ରତିଶ୍ରୁତି ହସ୍ତକ୍ଷେପ ପରେ ପରିବାର ଲୋକେ ଶବ ପୋଲିସ କୁ ହସ୍ତାନ୍ତର କରିଥିଲେ। କଟାମୁଣ୍ଡ ଖୋଜିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିକଟସ୍ଥ ଅଞ୍ଚଳ ରେ ଖୋଜାଖୋଜି ଜାରି ରଖିଛନ୍ତି।
ଅନ୍ୟପଟେ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଘଟଣା ରେ ଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରିବ ବୋଳି କହିଛନ୍ତି ଓ ତଦନ୍ତ କରି ଫେରିଛନ୍ତି।

