Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Virat Kohli 2000 Runs Record: New Zealand ବିପକ୍ଷରେ ଇତିହାସ ରଚିବେ କୋହଲି, ୨୨ ରନ୍ କଲେ ହେବ ନୂଆ ବିଶ୍ୱ ରେକର୍ଡ!

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌। ଏହି ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ମଙ୍ଗଳବାର (୧୦ ନଭେମ୍ବର) ହାମିଲଟନ୍‌ରେ ଖେଳାଯିବ ତୃତୀୟ ମ୍ୟାଚ୍‌। ଏହି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ରହିବ ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲିଙ୍କ ଉପରେ। ପ୍ରଥମ ମ୍ୟାଚ୍‌ରେ ୭୪ ରନ୍‌ କରିଥିବା କୋହଲି ଦ୍ୱିତୀୟ ମ୍ୟାଚ୍‌ରେ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଥିଲେ।

ତେବେ ତୃତୀୟ ମ୍ୟାଚ୍‌ରେ କୋହଲିଙ୍କ ପାଖରେ ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ୨୨ ରନ୍‌ କଲେ ସେ ଦିନିକିଆ କ୍ରିକେଟ୍‌ରେ ଏହି ଦଳ ବିପକ୍ଷରେ ୨୦୦୦ ରନ୍‌ ପୂରଣ କରିବେ। ଏପରି କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟର୍‌ ହେବେ। ବର୍ତ୍ତମାନ ସୁଦ୍ଧା କୋହଲି ୩୮ଟି ମ୍ୟାଚ୍‌ରେ ୫୬ ହାରରେ ୧୯୭୮ ରନ୍‌ କରିଛନ୍ତି। ଏଥିରେ ୭ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ରହିଛି।

ଏହି ତାଲିକାରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୧୯୭୧ ରନ୍‌ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତର ମହାନ ବ୍ୟାଟର୍‌ ସଚିନ ତେନ୍ଦୁଲକର ୧୭୫୦ ରନ୍‌ ସହ ତୃତୀୟ ସ୍ଥାନରେ ଅଛନ୍ତି। ତେଣୁ ହାମିଲଟନ୍‌ରେ କୋହଲିଙ୍କ ବ୍ୟାଟ୍‌ରୁ ଆଉ ୨୨ ରନ୍‌ ଆସିଲେ ତାଙ୍କ ନାଁରେ ଏକ ନୂଆ ବିଶ୍ୱ ରେକର୍ଡ ଯୋଡ଼ି ହୋଇଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories