Tata Electronics: ତାମିଲନାଡୁର ଟାଟା ଇଲେକ୍ଟ୍ରୋନିକ୍ସ କାରଖାନାରେ ଅଘଟଣ, ବିଷାକ୍ତ ଗ୍ୟାସ୍ ଶ୍ୱାସରେ ନେଇ ୩ ଶ୍ରମିକଙ୍କ ମୃତ୍ୟୁ ସନ୍ଦେହ
ତାମିଲନାଡୁ:ତାମିଲନାଡୁର ହୋସୁର ନିକଟରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ କାରଖାନାରେ ସୋମବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। କାରଖାନାରେ ଥିବା ଏକ ବର୍ଜ୍ୟଜଳ ବିଶୋଧନ ଟାଙ୍କିର ମରାମତି ଓ ରକ୍ଷଣାବେକ୍ଷଣ କାମ କରୁଥିବା ବେଳେ ୩ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି କାରଖାନାରେ ଆପଲ୍ର ଆଇଫୋନ୍ ପାଇଁ ବିଭିନ୍ନ ଉପକରଣ ଓ ବାହ୍ୟ ଆବରଣ ପ୍ରସ୍ତୁତ କରାଯାଏ।
କୃଷ୍ଣଗିରି ଜିଲ୍ଲାର ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ଶ୍ରମିକମାନେ ବିଷାକ୍ତ ଗ୍ୟାସ୍ ଶ୍ୱାସରେ ନେଇଥିବା ସନ୍ଦେହ କରାଯାଉଛି। ତେବେ ଗ୍ୟାସ୍ର ପ୍ରକାର ଏବଂ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ପୋଲିସର କହିବା ଅନୁଯାୟୀ, ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

