Medical Breakthrough: ଯୁବକଙ୍କ ଡାହାଣ ହାତରେ ଲଗାଗଲା ବାମ ପାଦର ବୁଢ଼ା ଆଙ୍ଗୁଠି! ୧୦ ଘଣ୍ଟାର ପରିଶ୍ରମ ପରେ ସଫଳ ହେଲା ଅସ୍ତ୍ରୋପଚାର
ଉତ୍ତରପ୍ରଦେଶ: Medical Breakthrough କ୍ଷେତ୍ରରେ ଲକ୍ଷ୍ନୌ PGIର ଡାକ୍ତରମାନେ ଏକ ଜଟିଳ ଅସ୍ତ୍ରୋପଚାର କରି ସଫଳତା ହାସଲ କରିଛନ୍ତି। ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି କଟିଯାଇଥିଲା। ଏହାପରେ ତାଙ୍କ ହାତର କାର୍ଯ୍ୟକ୍ଷମତା ଫେରାଇ ଆଣିବା ପାଇଁ ଡାକ୍ତରମାନେ ବାମ ପାଦର ବୁଢ଼ା ଆଙ୍ଗୁଠିକୁ ଡାହାଣ ହାତରେ ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏହି ଅସ୍ତ୍ରୋପଚାର ପୂର୍ବରୁ ରୋଗୀ ଓ ତାଙ୍କ ପରିବାରକୁ ସମସ୍ତ ପ୍ରକ୍ରିୟା ବିଷୟରେ ବୁଝାଇ ପରାମର୍ଶ ଦିଆଯାଇଥିଲା। ପରେ ବାମ ପାଦର ବୁଢ଼ା ଆଙ୍ଗୁଠିକୁ ଆବଶ୍ୟକ ଅନୁସାରେ ଛୋଟ କରି ଡାହାଣ ହାତରେ ଲଗାଯାଇଥିଲା। ଏହି ଜଟିଳ ଅସ୍ତ୍ରୋପଚାର ପାଇଁ ଡାକ୍ତରୀ ଦଳକୁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା। ଅସ୍ତ୍ରୋପଚାର ସମୟରେ ଆଙ୍ଗୁଠିର ସ୍ନାୟୁ ଓ ରକ୍ତବାହୀ ନଳୀଗୁଡ଼ିକୁ ଅତି ସତର୍କତାର ସହ ଯୋଡ଼ାଯାଇଥିଲା।
ଏହି ପ୍ରକ୍ରିୟା ଦ୍ୱାରା ଯୁବକଙ୍କ ଡାହାଣ ହାତରେ ବୁଢ଼ା ଆଙ୍ଗୁଠିର କାର୍ଯ୍ୟକ୍ଷମତା ଫେରାଇ ଆଣିବା ଲକ୍ଷ୍ୟ ରଖାଯାଇଛି। ତେବେ ଅସ୍ତ୍ରୋପଚାର ପରେ ଆଙ୍ଗୁଠିର କାର୍ଯ୍ୟକ୍ଷମତା ଓ ରୋଗୀଙ୍କ ସୁସ୍ଥତା ସମ୍ପର୍କିତ ଅଧିକ ତଥ୍ୟ ମିଳିନାହିଁ।

