Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sonia Gandhi Memoir: ‘୧୯୯୯’ରେ କାହିଁକି ସରକାର ଗଢ଼ିପାରିଲାନି କଂଗ୍ରେସ? ଆତ୍ମଜୀବନୀରେ ୩ଟି ପ୍ରମୁଖ କାରଣ ଉଲ୍ଲେଖ କଲେ ସୋନିଆ!

ନୂଆଦିଲ୍ଲୀ: ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଲୋକସଭାରେ ଆସ୍ଥା ଭୋଟ୍ ହାରିବା ପରେ କେନ୍ଦ୍ରରେ ବିକଳ୍ପ ସରକାର ଗଠନ ପାଇଁ ଉଦ୍ୟମ କରିଥିଲା କଂଗ୍ରେସ। ସେତେବେଳେ ଦଳର ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀ ୨୭୨ ସାଂସଦଙ୍କ ସମର୍ଥନ ଥିବା ଦାବି କରି ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଜଣାଇଥିଲେ। କିନ୍ତୁ ତାଙ୍କ ଦାବି ଅନୁଯାୟୀ ସମର୍ଥନ ମିଳିନଥିବାରୁ କଂଗ୍ରେସ ସରକାର ଗଠନ କରିପାରିନଥିଲା। ନିଜ ଆତ୍ମଜୀବନୀ Belonging: A Journey of Loveରେ ଏହି ବିଫଳତାର କାରଣ ସମ୍ପର୍କରେ ଲେଖିଛନ୍ତି ସୋନିଆ।

ସୋନିଆଙ୍କ ଲେଖା ଅନୁସାରେ, ସରକାର ଗଠନ ଉଦ୍ୟମ ବିଫଳ ହେବା ପଛରେ ମୁଖ୍ୟତଃ ତିନୋଟି କାରଣ ଥିଲା। ପ୍ରଥମତଃ, ସହଯୋଗୀ ଦଳଗୁଡ଼ିକର ସମର୍ଥନ ନମିଳିବା: କଂଗ୍ରେସ ଓ ଏହାର ସହଯୋଗୀଙ୍କ ପାଖରେ ୨୩୩ ଜଣ ସାଂସଦ ଥିବାବେଳେ ଅନ୍ୟ ଦଳଗୁଡ଼ିକ ସମର୍ଥନ ଦେବେ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ପରେ ସେହି ପ୍ରତିଶ୍ରୁତି ପୂରଣ ହୋଇନଥିଲା। ଦ୍ୱିତୀୟତଃ, ପ୍ରଧାନମନ୍ତ୍ରୀ ପଦକୁ ନେଇ ମତଭେଦ: ସୋନିଆଙ୍କ ମତରେ, ମେଣ୍ଟରେ ଥିବା ଅନେକ ନେତା ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବାରୁ ଏକମତ ହୋଇପାରିନଥିଲେ। ତୃତୀୟତଃ, କଂଗ୍ରେସ ଭିତରେ ବିରୋଧ: ଦଳର କିଛି ନେତା ମଧ୍ୟ ପ୍ରସ୍ତାବିତ ରାଜନୈତିକ ବୁଝାମଣାକୁ ସମର୍ଥନ କରୁନଥିଲେ। ଏହି ସବୁ କାରଣରୁ ଆବଶ୍ୟକ ୨୭୨ ସାଂସଦଙ୍କ ସମର୍ଥନ ଯୋଗାଡ଼ କରିବା ସମ୍ଭବ ହୋଇନଥିଲା।

ସୋନିଆ ଆହୁରି ଲେଖିଛନ୍ତି ଯେ, ବିଜେପି ନେତୃତ୍ୱାଧୀନ ସରକାରକୁ ହଟାଇବା ଉପରେ ଅଧିକ ଧ୍ୟାନ ଦେଇ ସେ ତରବରିଆ ଭାବେ ସରକାର ଗଠନ ପାଇଁ ଉଦ୍ୟମ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଅର୍ଜୁନ ସିଂହଙ୍କ ସତର୍କ ରହିବା ପରାମର୍ଶକୁ ଶୁଣିବା ଉଚିତ ଥିଲା ବୋଲି ସେ ସ୍ୱୀକାର କରିଛନ୍ତି। ଏହି ଉଦ୍ୟମ ବିଫଳ ହେବା ପରେ ନୂଆ ନିର୍ବାଚନ ହୋଇଥିଲା ଏବଂ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ପୁଣି କ୍ଷମତାକୁ ଫେରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories