Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPL Trade: ମୁମ୍ବାଇ ଛାଡ଼ି ପଞ୍ଜାବ ଦଳରେ ଯୋଗଦେଲେ ହାର୍ଦ୍ଦିକ, ସେପଟେ ଅର୍ଶଦୀପଙ୍କୁ ନେଲା MI

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଏହି ବଡ଼ ଖେଳାଳି ଅଦଳବଦଳକୁ ବୁଧବାର ଅଧିକାରିକ ଭାବେ ଘୋଷଣା କରାଯାଇଛି। IPL ୨୦୨୭ ସିଜିନ୍‌ ପୂର୍ବରୁ ରିଟେନ୍‌ସନ୍‌ ଡେଡ୍‌ଲାଇନ୍‌ ଆଗରୁ ଏହି ଟ୍ରେଡ୍‌ ହୋଇଛି। ଏହା ସହ ମୁମ୍ବାଇ ଇଣ୍ଡିଆନ୍ସ ସହ ହାର୍ଦ୍ଦିକଙ୍କ ଦ୍ୱିତୀୟ ଇନିଂସ୍‌ର ଅନ୍ତ ଘଟିଛି। ସେ ୨୦୧୫ରେ ମୁମ୍ବାଇ ଦଳରେ ସାମିଲ ହୋଇଥିଲେ ଏବଂ ଦଳ ସହ ଚାରିଥର IPL ଟାଇଟଲ୍‌ ଜିତିଥିଲେ।

ଏହି ଟ୍ରେଡ୍‌ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗସ୍‌ ପକ୍ଷରୁ ୧୮ କୋଟି ଟଙ୍କାରେ ଖେଳିବେ। ତାଙ୍କର ପୂର୍ବ ଚୁକ୍ତି ରାଶି ୧୬.୩୫ କୋଟି ଟଙ୍କା ଥିଲା। ଅର୍ଥାତ୍‌ ନୂଆ ଦଳରେ ତାଙ୍କୁ ୧.୬୫ କୋଟି ଟଙ୍କା ଅଧିକ ମିଳିବ। ଅନ୍ୟପଟେ, ଭାରତୀୟ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସକୁ ଯିବେ। ସେ ତାଙ୍କର ପୂର୍ବ ଚୁକ୍ତି ଅନୁସାରେ ୧୮ କୋଟି ଟଙ୍କା ପାଇବେ।

ପଞ୍ଜାବ କିଙ୍ଗସ୍‌ ପାଇଁ ହାର୍ଦ୍ଦିକଙ୍କ ଅଭିଜ୍ଞତା ଓ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦଳକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇପାରେ। ସେହିପରି ଅର୍ଶଦୀପଙ୍କ ଆଗମନ ମୁମ୍ବାଇର ବୋଲିଂ ବିଭାଗକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଉଛି। ହାର୍ଦ୍ଦିକଙ୍କ ବଦଳି ପରେ IPL ୨୦୨୭ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ କିଏ ହେବେ, ସେନେଇ ଫ୍ରାଞ୍ଚାଇଜ୍‌ ପରବର୍ତ୍ତୀ ସମୟରେ ଘୋଷଣା କରିବ ବୋଲି କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories