Narmada River: ନର୍ମଦା ନଦୀ କୂଳରୁ ମିଳିଲା ବିଶାଳ ଜୀବର ମୁହଁର ହାଡ଼ଭଳି ପଥର! ରହସ୍ୟ ଖୋଜିବେ ବୈଜ୍ଞାନିକ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ପଟାଇ ଗାଁ ନିକଟରେ ନର୍ମଦା ନଦୀ କୂଳରୁ ଏକ ରହସ୍ୟମୟ ପଥର ମିଳିଛି। ଏହା ଦେଖିବାକୁ କୌଣସି ବିଶାଳ ଜୀବର ଜହ୍ନା ଭଳି ଲାଗୁଛି। ନଦୀ କୂଳରେ ଖେଳୁଥିବା କିଛି ପିଲା ମାଟି ଖୋଳିବା ସମୟରେ ଏହି ଅଜବ ହାଡ଼କୁ ଦେଖିଥିଲେ। ପଥରଟିରେ ଦାନ୍ତ ଭଳି ଅନେକ ଗଠନ ଥିବାରୁ ଏହାକୁ ନେଇ ଗାଁରେ ଉତ୍ସୁକତା ବଢ଼ିଛି।
ଏହି ପଥରଟି କେଉଁ ଜୀବର ଅବଶେଷ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ଗଠନ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାର ପ୍ରକୃତ ପରିଚୟ ଜାଣିବା ପାଇଁ ଗ୍ରାମବାସୀ ବୈଜ୍ଞାନିକ ଯାଞ୍ଚ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ଅଞ୍ଚଳରୁ ପୂର୍ବରୁ ଡାଇନୋସରଙ୍କ ଜୀବାଶ୍ମ ଓ ଅଣ୍ଡା ମିଳିଥିବା ରେକର୍ଡ ରହିଛି।
ଜିଲ୍ଲାପାଳ ରୋହିତ ସିସୋନିଆଙ୍କ କହିବା ଅନୁସାରେ, ଆବିଷ୍କାର ହୋଇଥିବା ସ୍ଥାନକୁ ସୁରକ୍ଷିତ ରଖାଯାଉଛି ଏବଂ ଏହାର ଯାଞ୍ଚ ପାଇଁ ବୈଜ୍ଞାନିକମାନଙ୍କ ସହ ଯୋଗାଯୋଗ କରାଯାଉଛି। ବିଶେଷଜ୍ଞଙ୍କ ପରୀକ୍ଷା ପରେ ହିଁ ଏହି ପଥରର ପ୍ରକୃତ ପରିଚୟ ଓ ଉତ୍ପତ୍ତି ସମ୍ପର୍କରେ ଜଣାପଡ଼ିବ।

