Sunil Chhetri: FIFA Player Impact Programme ପାଇଁ ମନୋନୀତ ହେଲେ ସୁନୀଲ ଛେତ୍ରୀ, ପ୍ରଥମ ପୁରୁଷ ଫୁଟବଲର ଭାବେ ହାସଲ କଲେ ସ୍ଥାନ
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ର ଷ୍ଟାର୍ ଖେଳାଳି ତଥା ପୂର୍ବତନ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ଫିଫାର ଦ୍ୱିତୀୟ ସଂସ୍କରଣ ‘ପ୍ଲେୟର ଇମ୍ପାକ୍ଟ ପ୍ରୋଗ୍ରାମ୍’ ପାଇଁ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇ ସେ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି। ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF)ର ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।
ଏହି ମନୋନୟନ ସହ ସୁନୀଲ ଛେତ୍ରୀ ଏହି ପ୍ରୋଗ୍ରାମ୍ରେ ସାମିଲ ହେବାରେ ପ୍ରଥମ ପୁରୁଷ ଫୁଟବଲ୍ ଖେଳାଳି ହୋଇଛନ୍ତି। ଏହା ଭାରତୀୟ ଫୁଟବଲ୍ ପାଇଁ ମଧ୍ୟ ଏକ ଉଲ୍ଲେଖନୀୟ ସଫଳତା।
ଫିଫାର ଏହି ପ୍ରୋଗ୍ରାମ୍ରେ ଖେଳାଳିମାନଙ୍କ ଅଭିଜ୍ଞତା ଓ ପ୍ରଭାବକୁ ବ୍ୟବହାର କରି ଫୁଟବଲ୍ର ବିକାଶ ଏବଂ ସମାଜରେ ଏହାର ସକାରାତ୍ମକ ଭୂମିକାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଏ।

