Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Farooq Abdullah on Kulgam Attack: କୁଲଗାମ ଆତଙ୍କୀ ଆକ୍ରମଣ ପରେ କହିଲେ ଫାରୁକ୍ ଅବଦୁଲ୍ଲା, ‘କଶ୍ମୀର ଭାରତର ଅଂଶ ଥିଲା, ଅଛି ଓ ରହିବ’

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ମତ ରଖିଛନ୍ତି ଜମ୍ମୁ-କଶ୍ମୀର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା। ସେ କହିଛନ୍ତି, ଆତଙ୍କବାଦ କେବେ ସଫଳ ହୋଇପାରିବ ନାହିଁ। ଏଭଳି ଆକ୍ରମଣ କରି କଶ୍ମୀରକୁ ନିଜ ଅଧୀନକୁ ନେଇପାରିବେ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ଏହି ଭୁଲ୍ ଧାରଣାରୁ ବାହାରିବା ଉଚିତ ବୋଲି ସେ କହିଛନ୍ତି।

ଫାରୁକ୍ ଅବଦୁଲ୍ଲା ଆହୁରି କହିଛନ୍ତି, ଦିଲ୍ଲୀରେ ପ୍ରତିଦିନ ଆତଙ୍କବାଦ ଶେଷ ହୋଇଯାଇଛି ବୋଲି ଦାବି କରୁଥିବା ଲୋକଙ୍କୁ ମନେ ପକାଇବାକୁ ଚାହୁଁଛି ଯେ, ଆତଙ୍କବାଦ ଏବେ ବି ରହିଛି। ଏହାକୁ ଶେଷ କରିବା ପାଇଁ ଠୋସ୍ ଉପାୟ ଖୋଜିବା ଆବଶ୍ୟକ। ତେବେ ଆତଙ୍କବାଦ ରହିଥିଲେ ମଧ୍ୟ ଏଥିପାଇଁ ଭୟଭୀତ ହେବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, କଶ୍ମୀର ଭାରତର ଅଂଶ ଥିଲା, ଅଛି ଏବଂ ଆଗକୁ ମଧ୍ୟ ରହିବ। ଆତଙ୍କବାଦୀମାନେ ଯାହା କରିବାକୁ ଚାହୁଁଛନ୍ତି କରନ୍ତୁ, ଏଥିରେ କଶ୍ମୀରର ଭାରତ ସହ ସମ୍ପର୍କ ବଦଳିବ ନାହିଁ ବୋଲି ଫାରୁକ୍ ଅବଦୁଲ୍ଲା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories