Mumbai Bomb Threat: ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ଓ ଅମିତାଭ ବଚ୍ଚନଙ୍କ ଘରକୁ ବୋମା ଧମକ! ଇମେଲ୍ ପରେ ତଦନ୍ତ ଆରମ୍ଭ
ମୁମ୍ବାଇ: ମୁମ୍ବାଇରେ ପୁଣି ଏକ ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପର ହୋଇଛନ୍ତି। ଏକ ଇମେଲ୍ ଜରିଆରେ ସହରର ମେୟରଙ୍କ କାର୍ଯ୍ୟାଳୟ ଏବଂ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ବାସଭବନକୁ ଟାର୍ଗେଟ୍ କରିବାକୁ ଧମକ ଦିଆଯାଇଛି। ଏହା ସହିତ ବିଭିନ୍ନ ବ୍ୟାଙ୍କ, ଅଦାଲତ, ମହାଲକ୍ଷ୍ମୀ ରେସକୋର୍ସ ଏବଂ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ମଧ୍ୟ ଇମେଲ୍ରେ ଉଲ୍ଲେଖ ରହିଛି।
ଧମକ ମିଳିବା ପରେ ମୁମ୍ବାଇ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତଦନ୍ତ ଆରମ୍ଭ କରିଛନ୍ତି। ବୃହନ୍ମୁମ୍ବାଇ ମହାନଗର ନିଗମ (BMC) କାର୍ଯ୍ୟାଳୟରେ ପୋଲିସ ଓ ବୋମା ସ୍କ୍ୱାଡ୍ ପକ୍ଷରୁ ଯାଞ୍ଚ କରାଯାଇଛି। ଇମେଲ୍ରେ ଉଲ୍ଲେଖ ହୋଇଥିବା ଅନ୍ୟ ସ୍ଥାନଗୁଡ଼ିକର ସୁରକ୍ଷା ଯାଞ୍ଚ ଏବଂ ଧମକର ସତ୍ୟତା ନେଇ ତଦନ୍ତ ଚାଲିଛି।

