Viral Video: ଚଳନ୍ତା ଭ୍ୟାନ୍ରୁ ଓହ୍ଲାଇ ଡ୍ରାଇଭରଙ୍କ ଡ୍ୟାନ୍ସ, ଭିତରେ ବସି ତାଳି ମାରିଲେ ଯାତ୍ରୀ; ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ଲୋକେ
ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ଲୋକେ ବିଭିନ୍ନ ପ୍ରକାରର ରିଲ୍ କରୁଥିବା ଦେଖିବାକୁ ମିଳୁଛି। ଏବେ ଜଣେ ଭ୍ୟାନ୍ ଡ୍ରାଇଭରଙ୍କ ଏପରି ଏକ ଭିଡିଓ ଚର୍ଚ୍ଚାକୁ ଆସିଛି। ଭିଡିଓରେ ଡ୍ରାଇଭର ଚଳନ୍ତା ଭ୍ୟାନ୍ରୁ ଓହ୍ଲାଇ ଗାଡ଼ି ପାଖରେ ନାଚୁଥିବା ଦେଖାଯାଇଛି। ଏହି ସମୟରେ ଭ୍ୟାନ୍ ଭିତରେ ବସିଥିବା ଯାତ୍ରୀମାନେ ତାଙ୍କୁ ଦେଖି ତାଳି ମାରିବା ସହ ଉତ୍ସାହିତ କରୁଥିବା ନଜର ଆସିଛି।
ଏହି ଭିଡିଓକୁ ଏକ୍ସ (X) ବ୍ୟବହାରକାରୀ ନିଖିଲ ସାଇନି ସେୟାର କରିଛନ୍ତି। ଭିଡିଓ ସହ ସେ ଡ୍ରାଇଭରଙ୍କ ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। କେବଳ ଏକ ରିଲ୍ ପାଇଁ ଡ୍ରାଇଭର ଚଳନ୍ତା ଗାଡ଼ିରୁ ବାହାରକୁ ଆସିବା କେତେ ବିପଜ୍ଜନକ, ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଗାଡ଼ି ଚାଲୁଥିବା ସମୟରେ ଯାତ୍ରୀମାନେ କିପରି ଭିତରେ ବସି ରହିଥିଲେ ଏବଂ ଡ୍ରାଇଭରଙ୍କୁ ଉତ୍ସାହିତ କରୁଥିଲେ, ତାହାକୁ ମଧ୍ୟ ସେ ନେଇ ଆପତ୍ତି ଜଣାଇଛନ୍ତି।
ଭିଡିଓଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ସମାଲୋଚନା କରିଛନ୍ତି। ଭାଇରାଲ୍ ହେବାର ଲୋଭରେ ଡ୍ରାଇଭର ନିଜ ସହ ଗାଡ଼ିରେ ଥିବା ଯାତ୍ରୀମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇପାରନ୍ତି ବୋଲି ମତ ଦେଇଛନ୍ତି। ଏଭଳି ଘଟଣାରେ କୌଣସି ଅଘଟଣ ଘଟିଲେ ଦାୟିତ୍ୱ କାହାର ରହିବ, ସେନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

