Nitish Setu: ନୀତିଶ କୁମାରଙ୍କ ନାଁରେ ନାମିତ ହେଲା ବିହାରର ୬ ଲେନ୍ ପୋଲ, ନଭେମ୍ବର ୨୧ରେ ଉଦ୍ଘାଟନ କରିବେ PM ମୋଦୀ!
ବିହାର: ବିହାରରେ ପାଟନା ଓ ଉତ୍ତର ବିହାର ମଧ୍ୟରେ ଯାତାୟାତକୁ ସହଜ କରିବାକୁ ନିର୍ମିତ ନୂଆ ୬ ଲେନ୍ ପୋଲକୁ ମିଳିଛି ନୂଆ ପରିଚୟ। କଚ୍ଚି ଦରଗାହ-ରାଘୋପୁର-ବିଦୁପୁର ଗଙ୍ଗା ସେତୁର ନାମ ରାଜ୍ୟ ସରକାର ‘ନୀତିଶ ସେତୁ’ ରଖିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ନଭେମ୍ବର ୨୧ରେ ବିହାର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୋଲକୁ ଉଦ୍ଘାଟନ କରିବା ସହ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବେ।
ଏହି ୬ ଲେନ୍ ପୋଲ ପାଟନାର କଚ୍ଚି ଦରଗାହକୁ ବୈଶାଳୀ ଜିଲ୍ଲାର ବିଦୁପୁର ସହ ରାଘୋପୁର ଦେଇ ସଂଯୋଗ କରିବ। ପୋଲଟି ଚାଲୁ ହେବା ପରେ ପାଟନା ଓ ଉତ୍ତର ବିହାର ମଧ୍ୟରେ ଯାତାୟାତ ଅଧିକ ସୁଗମ ହେବ। ଯାତ୍ରୀମାନଙ୍କୁ ଦୀର୍ଘ ରାସ୍ତା ଓ ଟ୍ରାଫିକ୍ ଜାମ୍ରୁ ମୁକ୍ତି ମିଳିବା ସହ ଗଙ୍ଗା ସେତୁ ଦେଇ ଯାତାୟାତ ପାଇଁ ଆଉ ଏକ ବିକଳ୍ପ ମିଳିବ।
ଏହି ପୋଲ ଆରମ୍ଭ ହେବା ପରେ ପାଟନା ଓ ଉତ୍ତର ବିହାର ମଧ୍ୟରେ ବାଣିଜ୍ୟିକ କାରବାର ଏବଂ ମାଲବାହୀ ଗାଡ଼ି ଚଳାଚଳ ମଧ୍ୟ ସହଜ ହେବ ବୋଲି ଆଶା କରାଯାଉଛି। ଉଦ୍ଘାଟନ ପରେ ଏହାକୁ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଖୋଲିଦିଆଯିବ।

