ସଂଗ୍ରାମପୁର ରେ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଆନୁକୂଲ୍ୟରେ ସଂଗ୍ରାମପୁର୍ ଗ୍ରାମ ଓ ବିଦ୍ୟାଳୟରେ ଏକ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା କୁଷ୍ଠ ଅଧିକାରୀ ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ସଂଯୋଜକ ଡାକ୍ତର ଗୌରୀ ଶଙ୍କର ପଣ୍ଡା , ଆୟୁଷ ମେଡିକାଲ ଅଫିସର୍ ଡାକ୍ତର ବିଶ୍ୱନାଥ ରଥ , ବ୍ଲକ୍ ନୋଡାଲ ଲେପ୍ରୋସି ୱର୍କର ଜଗଦୀଶ ମେହେର ଓ ସଂଗ୍ରାମପୁର୍ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଜାତା ମହନ୍ତ , ମହିଳା ସ୍ୱାସ୍ଥ୍ୟ କର୍ମୀ ପୂର୍ଣ୍ଣମାସୀ ମେହେର ଙ୍କ ସହିତ ସ୍ଥାନୀୟ ଆଶା ଦିଦି ଉପସ୍ଥିତ ଥିଲେ। କୁଷ୍ଠ ରୋଗ ସଂପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଠିକ୍ ଉତ୍ତର ପ୍ରଦାନ କରିଥିବା ଛାତ୍ର ଓ ଛାତ୍ରୀଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମିନାକ୍ଷୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

