Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Amaravati Railway Station: ଅମରାବତୀରେ ୨,୨୪୫ କୋଟି ଟଙ୍କାରେ ନିର୍ମାଣ ହେବ ବିଶାଳ ରେଳଷ୍ଟେସନ୍‌

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀରେ ଦେଶର ଏକ ବଡ଼ ଓ ଅତ୍ୟାଧୁନିକ ରେଳଷ୍ଟେସନ୍‌ ନିର୍ମାଣ କରିବାକୁ ଯୋଜନା ହୋଇଛି। ପ୍ରାୟ ୨,୨୪୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ବିକଶିତ କରାଯିବ। ଏହାକୁ ବିମାନବନ୍ଦର ଭଳି ଆଧୁନିକ ସୁବିଧା ଥିବା ଏକ ବିଶାଳ ପରିବହନ କେନ୍ଦ୍ର ଭାବେ ଗଢ଼ିବାର ଯୋଜନା ରହିଛି।

ଯୋଜନା ଅନୁସାରେ, ଏହି ଷ୍ଟେସନ୍‌ରେ ୨୪ଟି ଅତ୍ୟାଧୁନିକ ପ୍ଲାଟଫର୍ମ ଓ ବିମାନବନ୍ଦର ଭଳି ୪ଟି ଟର୍ମିନାଲ୍‌ ରହିବ। ଆଗାମୀ ୪୦ରୁ ୫୦ ବର୍ଷର ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ୍‌ ପ୍ରସ୍ତୁତ କରାଯାଉଛି। ପ୍ରତିଦିନ ୩ ଲକ୍ଷରୁ ଅଧିକ ଯାତ୍ରୀ ଯେପରି ଭିଡ଼ ବିନା ଯାତାୟାତ କରିପାରିବେ, ସେଥିପାଇଁ ବ୍ୟବସ୍ଥା ରହିବ।

ଏହି ପ୍ରକଳ୍ପ ସହ କୃଷ୍ଣା ନଦୀ ଉପରେ ୩.୨ କିଲୋମିଟର ଲମ୍ବା ରେଳପୋଲ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି। ଏହି ରେଳଷ୍ଟେସନ୍‌ ଓ ପୋଲ ନିର୍ମାଣ ହେଲେ ଅମରାବତୀର ରେଳ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବା ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories