Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IAF Espionage Case: ଅଶ୍ଳୀଳ ଫଟୋ ବଦଳରେ ପାକିସ୍ତାନୀ ଏଜେଣ୍ଟଙ୍କୁ ଗୁପ୍ତ ସାମରିକ ତଥ୍ୟ ଦେଇଥିବା ଅଭିଯୋଗ, ଚାର୍ଜସିଟ୍‌ରେ ଗୁରୁତର ତଥ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଗୁପ୍ତଚରଗିରି ଅଭିଯୋଗ ଆଣିଛି ଦିଲ୍ଲୀ ପୁଲିସ। ପୁଲିସର ଚାର୍ଜସିଟ୍‌ ଅନୁସାରେ, ଅଶ୍ଳୀଳ ଫଟୋ ପାଇବା ବଦଳରେ ସେ ଜଣେ ପାକିସ୍ତାନୀ ଏଜେଣ୍ଟଙ୍କୁ ଗୁପ୍ତ ସାମରିକ ସୂଚନା ଦେଇଥିବା ଅଭିଯୋଗ ହୋଇଛି।

ଚାର୍ଜସିଟ୍‌ରେ ଦର୍ଶାଯାଇଥିବା ଅଭିଯୋଗ ଅନୁସାରେ, ସମ୍ପୃକ୍ତ ଅଧିକାରୀ ଯୁଦ୍ଧ ସମ୍ପର୍କିତ ଗୁପ୍ତ ଯୋଜନା, ଡ୍ରୋନ୍‌ର କ୍ଷମତା, ଯୁଦ୍ଧବିମାନ ମୁତୟନ ଏବଂ ସମ୍ବେଦନଶୀଳ ସାମରିକ ପ୍ରତିଷ୍ଠାନ ସମ୍ପର୍କିତ ତଥ୍ୟ ଲିକ୍‌ କରିଥିବା ପୁଲିସ ଦାବି କରିଛି।

ଏହି ମାମଲାରେ ଦିଲ୍ଲୀ ପୁଲିସର ଚାର୍ଜସିଟ୍‌ରେ ଗୁରୁତର ଅଭିଯୋଗ ଉଲ୍ଲେଖ ହୋଇଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ଅଦାଲତରେ ପ୍ରମାଣିତ ହେବା ବାକି ରହିଛି। ପ୍ରମାଣ ହେବା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories