Agra Murder Case: ପ୍ରେମିକାଙ୍କୁ ନେଇ ସନ୍ଦେହରୁ କୋଚିଂ ସେଣ୍ଟର ମାଲିକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆଗ୍ରାରେ ୫୮ ବର୍ଷୀୟ କୋଚିଂ ସେଣ୍ଟର ମାଲିକ ଓମ୍ ପ୍ରକାଶ ଯାଦବଙ୍କ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ନିଖିଲଙ୍କୁ ଧରିଛି। ପୁଲିସର ସୂଚନା ଅନୁସାରେ, ନିଖିଲ ନିଜ ପ୍ରେମିକାଙ୍କୁ ଓମ୍ ପ୍ରକାଶଙ୍କ ସହ ପିଜା ଖାଉଥିବା ଦେଖିଥିଲେ। ଏହାକୁ ନେଇ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଶିକ୍ଷକ ଜଣକ ତାଙ୍କ ପ୍ରେମିକାଙ୍କୁ ବ୍ଲାକମେଲ୍ କରୁଥିବା ନିଖିଲ ସନ୍ଦେହ କରିଥିବା ପୁଲିସ କହିଛି।
ଏହି ସନ୍ଦେହକୁ ନେଇ ନିଖିଲ ଓମ୍ ପ୍ରକାଶଙ୍କ ସହ ଯୁକ୍ତିତର୍କ କରିଥିଲେ। ବିବାଦ ବଢ଼ିବା ପରେ ମାଂସ କାଟିବା ଛୁରିରେ ତାଙ୍କୁ ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ହତ୍ୟା ପରେ ଘଟଣାକୁ ଅନ୍ୟ ଦିଗକୁ ନେବା ପାଇଁ ଅଭିଯୁକ୍ତ କୋଚିଂ ସେଣ୍ଟରର ବୋର୍ଡରେ ‘ଓପି ଯାଦବ ବଳାତ୍କାରୀ’ ବୋଲି ଲେଖିଥିବା ଅଭିଯୋଗ ହୋଇଛି।
ପ୍ରଥମେ ଏହା ଏକ ରହସ୍ୟଜନକ ହତ୍ୟା ମାମଲା ଥିବାବେଳେ ପୁଲିସ ତଦନ୍ତ ପରେ ଅଭିଯୁକ୍ତଙ୍କ ପରିଚୟ ଓ ହତ୍ୟା ପଛର କାରଣ ସାମ୍ନାକୁ ଆସିଛି। ପ୍ରେମିକାଙ୍କୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ହିଁ ଏହି ଘଟଣାର ମୁଖ୍ୟ କାରଣ ବୋଲି ପୁଲିସ କହିଛି।

