Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Rahul Gandhi: ଭାରତ ସମ୍ମିଳନୀରେ ଯୋଗଦାନକୁ ବିରୋଧ, ଗୃହବନ୍ଦୀ ହେଲେ ତେଲେଙ୍ଗାନା ବିଜେପି ମୁଖ୍ୟ

ହାଇଦ୍ରାବାଦ: ହାଇଦ୍ରାବାଦର ତର୍ଣ୍ଣାକାସ୍ଥିତ ନିଜ ବାସଭବନରେ ଗୃହବନ୍ଦୀ ହୋଇଛନ୍ତି ତେଲେଙ୍ଗାନା ବିଜେପି ସଭାପତି ଏନ୍‌. ରାମଚନ୍ଦର ରାଓ। ଶନିବାର ତାଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ତେଲେଙ୍ଗାନା ବିଜେପିର ରାଜ୍ୟ ଗଣମାଧ୍ୟମ ପ୍ରଭାରୀ ସୂଚନା ଦେଇଛନ୍ତି।

ଭାରତ ସମ୍ମିଳନୀ ୨୦୨୬କୁ ବାତିଲ କରିବା ଦାବି କରିବା ସହ ଏଥିରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଯୋଗଦାନକୁ ରାମଚନ୍ଦର ରାଓ ବିରୋଧ କରିଥିଲେ। ଏହି କାରଣରୁ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି।

ଏହି ଘଟଣାକୁ ନେଇ ତେଲେଙ୍ଗାନାରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଗୃହବନ୍ଦୀ କରାଯିବାର ପ୍ରଶାସନିକ କାରଣ କିମ୍ବା ପୁଲିସ ପକ୍ଷରୁ ଏନେଇ କୌଣସି ଅଧିକାରିକ ବିବୃତି ଦିଆଯାଇଥିବା ସୂଚନା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories