Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sambalpur Murder Case: ୩ ମାସ ପରେ ମାଟି ତଳୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ! ହତ୍ୟା ଅଭିଯୋଗରେ ବନ୍ଧୁ ଗିରଫ

ସମ୍ବଲପୁର: ସମ୍ବଲପୁରର ବରେଇପାଲି ଥାନା ଅନ୍ତର୍ଗତ ଆରଏମସି ଅଞ୍ଚଳରୁ ନିଖୋଜ ଯୁବକ ରାଜେଶ ଗୁପ୍ତାଙ୍କ କଙ୍କାଳ ଉଦ୍ଧାର ହୋଇଛି। ରାକ୍ଷୀ ପୂର୍ଣ୍ଣିମାରୁ ନିଖୋଜ ଥିବା ରାଜେଶଙ୍କ ସମ୍ପର୍କରେ ସେପ୍ଟେମ୍ବର ୨୭ରେ ବରେଇପାଲି ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିଲା। ପ୍ରାୟ ୩ ମାସ ପରେ ମାଟି ତଳୁ ତାଙ୍କ କଙ୍କାଳ ମିଳିବା ପରେ ଘଟଣାରେ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି।

ଏହି ଘଟଣାରେ ରାଜେଶଙ୍କ ବନ୍ଧୁ ଭଗବାନ ତାଣ୍ଡିଙ୍କୁ ପୋଲିସ ଗିରଫ କରିଛି। ସଦର SDPOଙ୍କ ସୂଚନା ଅନୁସାରେ, ଘଟଣା ଦିନ ଉଭୟ ଏକ ଗଛ ତଳେ ବସି ମଦ୍ୟପାନ କରୁଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଭଗବାନ ପଥରରେ ଆକ୍ରମଣ କରି ରାଜେଶଙ୍କୁ ହତ୍ୟା କରିଥିବା SDPO କହିଛନ୍ତି।

ହତ୍ୟା ପରେ ରାଜେଶଙ୍କ ମୃତଦେହକୁ ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ବରେଇପାଲି ପୋଲିସ ଘଟଣାସ୍ଥଳରୁ କଙ୍କାଳ ଜବତ କରିଛି। ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଭଗବାନ ମଧ୍ୟ ହତ୍ୟା କରିଥିବା ସ୍ୱୀକାର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories