Dhenkanal Hospital Incident: ଢେଙ୍କାନାଳ ମେଡିକାଲରୁ ଡେଇଁ ରୋଗୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମେଡିକାଲ ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧିମନ୍ଦିର ରୋଡ୍ର ୩୫ ବର୍ଷୀୟ ମନୋଜ ଦେହୁରୀ। ସୂଚନା ଅନୁସାରେ, ବାତ ରୋଗ ଓ ଉଚ୍ଚ ରକ୍ତଚାପ ଯୋଗୁଁ ଦୁଇ ଦିନ ତଳେ ସେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ମନୋଜ ଚିକିତ୍ସାଳୟର ଚାରି ମହଲାରୁ ତଳକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଘଟଣା ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଉଦ୍ଧାର କରି ଓପିଡିକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ମନୋଜ ଏଭଳି ପଦକ୍ଷେପ କାହିଁକି ନେଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଚିକିତ୍ସାଳୟରେ ସୁରକ୍ଷା କର୍ମୀ ନିୟୋଜିତ ଥିବା ସତ୍ତ୍ୱେ ଏହି ଘଟଣା କିପରି ଘଟିଲା, ତାକୁ ନେଇ ବଡ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

