Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମୁରିବାହାଲ ବିକାଶ ମଞ୍ଚ’ର ପ୍ରଥମ ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ; ସାମାଜିକ ନ୍ୟାୟ ଓ ଜନସେବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସଂକଳ୍ପ ।

ବଲାଙ୍ଗୀର,୧୫।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ରେ ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ନିରନ୍ତର ସ୍ୱର ଉତ୍ତୋଳନ କରିବା ସହ ସମାଜସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମୁରିବାହାଲ ବିକାଶ ମଞ୍ଚ’ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ଡିସେମ୍ବର ୨୮ ତାରିଖରେ ଅନୁଷ୍ଠାନର ପ୍ରଥମ ବାର୍ଷିକୋତ୍ସବ ମହାସମାରୋହରେ ପାଳନ କରାଯିବାକୁ ଥିବାବେଳେ, ଏହାର ସଫଳ ରୂପାୟନ ପାଇଁ ସଂଗଠନର ସମସ୍ତ କର୍ମକର୍ତ୍ତା ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି।
ସ୍ଥାନୀୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ‘ମୁରିବାହାଲ ବିକାଶ ମଞ୍ଚ’ର ନବନିର୍ମିତ କାର୍ଯ୍ୟାଳୟ ପରିସରରେ ଆଜି ମଧ୍ୟାହ୍ନରେ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଆଗାମୀ ପ୍ରଥମ ବାର୍ଷିକୋତ୍ସବକୁ କିପରି ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରାଯିବ, ସେନେଇ ବିସ୍ତୃତ ଭାବେ ବିଚାରବିମର୍ଶ କରାଯାଇଥିଲା। ଏହାସହ ଆଗାମୀ ଦିନରେ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ, ଜନସଚେତନତା ସୃଷ୍ଟି ଏବଂ ଲୋକହିତକର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଦିଗରେ ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା।
ଅନୁଷ୍ଠାନର ସଭାପତି ଫାଲଗୁନି ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ଅଶୋକ ପଧାନ ଓ ପଞ୍ଚାନନ ବାଗ, ସାଧାରଣ ସମ୍ପାଦକ ଅମରେଶ ମାଝୀ, ସମ୍ପାଦକ ଥବିର ସା ଓ ଯୁଧିଷ୍ଠିର ଭରାସଗ୍ରିଆ ଏବଂ କୋଷାଧ୍ୟକ୍ଷ ହରିଦାସ ତାଣ୍ଡି ପ୍ରମୁଖ ମଞ୍ଚାସୀନ ରହି ସାଂଗଠନିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ସଦସ୍ୟ ମଦନ ଥାଟୀ, ମନୁ ହଂସ, ବଜରଙ୍ଗ ଷାଣ୍ଢ, ବିଷ୍ଣୁ ବାଗ, ରବି ବାଗ, ବ୍ରଜେଶ୍ୱର ସାହୁ, ଜିତେନ୍ଦ୍ରିୟ ରଣା ଏବଂ ଦ୍ୱାରି ତାଣ୍ଡି ପ୍ରମୁଖ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ରଖିବା ସହ ଆଗାମୀ ବାର୍ଷିକୋତ୍ସବକୁ ସର୍ବାଙ୍ଗସୁନ୍ଦର କରିବା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ସଂକଳ୍ପ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories