ବଲାଙ୍ଗୀର ବିଜୁ ଯୁବ ଜନତା ଦଳରେ ନୂତନ କର୍ମକର୍ତ୍ତା ନିଯୁକ୍ତ: ବିଭିନ୍ନ ବ୍ଲକ ଓ ନଗର ପାଇଁ ସଭାପତି ଘୋଷଣା କଲେ ଦଳର ବରିଷ୍ଠ ଉପ-ସଭାପତି ।
ବଲାଙ୍ଗୀର,୧୪।୧୧: ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଲାଙ୍ଗୀର ସାଙ୍ଗଠନିକ ଜିଲ୍ଲା ପାଇଁ ନୂତନ କର୍ମକର୍ତ୍ତାଙ୍କ ତାଲିକା ଘୋଷଣା କରାଯାଇଛି। ଦଳର ଶଙ୍ଖ ଭବନ କାର୍ଯ୍ୟାଳୟରୁ ଜାରି ହୋଇଥିବା ଏକ ଅଫିସ୍ ଅର୍ଡର ଅନୁଯାୟୀ, ବଲାଙ୍ଗୀର ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକ ଏବଂ ନଗର/ପୌରାଞ୍ଚଳ ପାଇଁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ୨୦ ଜଣ ଯୁବ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳର ବରିଷ୍ଠ ଉପ-ସଭାପତି (ମୁଖ୍ୟ କାର୍ଯ୍ୟାଳୟ) ଦେବୀପ୍ରସାଦ ମିଶ୍ରଙ୍କ ଆଦେଶକ୍ରମେ ଏହି ନିଯୁକ୍ତି ଦିଆଯାଇଥିବାବେଳେ ଏହା ତତକ୍ଷଣାତ୍ କାର୍ଯ୍ୟକାରୀ ହୋଇଛି।
ଏଥିରେ ଚମ୍ପେଶ୍ୱର ବାଗଙ୍କୁ ତୁରେକେଲା ବ୍ଲକ, ଫଲ୍ଗୁନୀ ହାତିଙ୍କୁ ମୁରିବାହାଲ ବ୍ଲକ, ପ୍ରେମୀଶ ଚନ୍ଦ୍ର ବାଗଙ୍କୁ ବଙ୍ଗୋମୁଣ୍ଡା ବ୍ଲକ, ବିଷ୍ଣୁ ପ୍ରସାଦ ଜୁଏଡ୍ ଙ୍କୁ କଣ୍ଟାବାଞ୍ଜି ଏନ୍.ଏ.ସି, ନାରାୟଣ ସାହୁଙ୍କୁ ଆଗଲପୁର ବ୍ଲକ, ସୁଧୀର ଅମାତଙ୍କୁ ପୁଇଁତଳା ବ୍ଲକ, ବିଶ୍ୱ ରଞ୍ଜନ ବିଶ୍ୱାଳଙ୍କୁ ଲୋଇସିଂହା ବ୍ଲକ, ପ୍ରକାଶ ମହାରଣାଙ୍କୁ ଲୋଇସିଂହା ଏନ୍.ଏ.ସି, ଗୋବିନ୍ଦ ମେହେରଙ୍କୁ ପାଟଣାଗଡ଼ ବ୍ଲକ, କୁମୁଦ ମହାକୁଡ଼ଙ୍କୁ ବେଲପଡ଼ା ବ୍ଲକ, ସୁଖୀ ଷ।ଣ୍ଢଙ୍କୁ ଖପ୍ରାଖୋଲ ବ୍ଲକ, ସୁକୁମାର ବାରିକଙ୍କୁ ପାଟଣାଗଡ଼ ଏନ୍.ଏ.ସି, କବି ଚନ୍ଦ୍ର ପୁଟାଙ୍କୁ ଗୁଡ଼ଭେଲା ବ୍ଲକ, ନୀଳୁ ମହାନନ୍ଦଙ୍କୁ ସଇଁତଳା ବ୍ଲକ, ଜୟପ୍ରସାଦ ନାୟକଙ୍କୁ ଟିଟିଲାଗଡ଼ ବ୍ଲକ, ଜ୍ଞାନରଞ୍ଜନ ସରାଫଙ୍କୁ ଟିଟିଲାଗଡ଼ ପୌରପରିଷଦ, ଅଭିଷେକ ସାହୁଙ୍କୁ ତୁଷୁରା ଏନ୍.ଏ.ସି, ଶତ୍ରୁଘନ ବାଗଙ୍କୁ ବଲାଙ୍ଗୀର ପୌରପରିଷଦ, ଆଶିର୍ବାଦ ସାହୁଙ୍କୁ ବଲାଙ୍ଗୀର ବ୍ଲକ, ଦୀପକ ବେହେରାଙ୍କୁ ଦେଓଗାଁ ବ୍ଲକ ସଭାପତି ଭାବେ ନିଯୁକ୍ତ କରାଯାଇଛି ।
ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ମଜଭୁତ କରିବା ଏବଂ ଯୁବ ସମାଜକୁ ଏକାଠି କରି ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ଏହି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

