Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଟାମାଟି କୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ,ଅସହାୟ ପରିବାର।

kalahandi/16/11
ରାଜ୍ୟ ବାହାର କୁ ପେଟପାଟଣା ପାଇଁ କାମ ଅନ୍ବେଷଣରେ ଦାଦନ ଖଟିବାକୁ ଯାଇଥିବା କୋକସରା ବ୍ଲକ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ମୁଷିପାଲି ପଞ୍ଚାୟତ ମୂଷାପାଲି।ଗ୍ରାମର ଡମ୍ବରୁ ରାଉତ (୩୫) ବୋଲି ଜଣାପଡ଼ିଛି। ସେ ଗତ କିଛି ଦିନ ତଳେ ଦାଦନ ଖଟିବାକୁ ସାଥି ଶ୍ରମିକଙ୍କ ସହ ବେଙ୍ଗୁଲୁରୁ ଯାଇଥିଲେ। ତେବେ ଗତକାଲି ସକାଳେ ଘରକୁ ଫେରୁଥିବା ସମୟରେ ବେଙ୍ଗୁଲୁରୁ ରେଳଷ୍ଟେସନ ପାଖରେ ଅଚାନକ ତାଙ୍କର ଦେହ ଅସୁସ୍ଥ ହୋଇ ମୃତ୍ୟ ହୋଇଥିବା ସୂଚନା ମିଳିଛି l ଘଟଣାସ୍ଥଳରେ ପୋଲିସ ଓ ସାଥି ଶ୍ରମିକ ମାନେ ପହଞ୍ଚି ଉଦ୍ଧାର କରିଥିଲେ। ସେଠାରୁ ଏକ ଆମ୍ବୁଲାନ୍ସ ରେ ରବିବାର ସନ୍ଧ୍ୟାରେ ଶ୍ରମିକଙ୍କ ଶବକୁ ଭିଟାମାଟି ମୂଷାପାଲି ଗ୍ରାମ କୁ ପହଞ୍ଚିଛି, ଗାଁ ର ଭେଣ୍ଡିଆ ପୁଅ ର ମୃତଦେହ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।ଗାଁ ମଶାଣି ରେ ଶବଦାହ କରାଯାଇଛି। ମୃତକଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ଜଣେ ଝିଅ ରହିଛନ୍ତି। ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରାଜ୍ୟ ବାହାର କୁ କାମ ଅନ୍ବେଷଣରେ ଯାଇ ମୃତ୍ୟ ହେବା ପରେ ପରିବାର ଅସହାୟ ହୋଇ ଭାଙ୍ଗି ପଡିଛନ୍ତି। ଜିଲ୍ଲା ଶ୍ରମ ବିଭାଗ ଏହି ଅସହାୟ ପରିବାର କୁ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ