କୋକସରା ମଣ୍ଡଳ ସ୍ତରୀୟ ଆଦିବାସୀ ଜନଜାତି ଗୌରବ ଦିବସ ପାଳନ।
kalahandi,17/11
ଆଦିବାସୀ ଙ୍କ ଭଗବାନ ବିର୍ଷା ମୁଣ୍ଡା ଙ୍କ ୧୫୧ ତମ ଓ ସହିଦ ଲକ୍ଷ୍ମଣ ନାଏକ ଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ଅବସରରେ ୧୧ ନଭେମ୍ବର ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ଜନଜାତି ଗୌରବ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋକସରା ବିଜେପି ମଣ୍ଡଳ ପକ୍ଷରୁ ସୋମବାର ସ୍ଥାନୀୟ ମୁଖ୍ୟମନ୍ତ୍ରୀ ସଭାଗୃହ ରେ ଅନୁସୂଚିତ ଜନଜାତି ମୋର୍ଚ୍ଚା ର ମଣ୍ଡଳ ସଭାପତି ମଦନ ମୋହନ ପାତ୍ର ଙ୍କ ସଭାପତିତ୍ୱ ରେ ଭଗବାନ ବିର୍ଷା ମୁଣ୍ଡା ଙ୍କ ଫଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଜନଜାତି ର ସ୍ୱାଭିମାନ ପାଇଁ ଜୀବନ କୁ ବଳିଦାନ ଦେଇଥିବା ଦୁଇ ଅମର ଆତ୍ମାର ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଉପ ସଭାପତି ସୁଧୀର ପାତ୍ର ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ମଣ୍ଡଳ ସମ୍ପାଦକ ମନୋଜ କୁମାର ନାଏକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନବ ନିଯୁକ୍ତ କଳାହାଣ୍ଡି ସାଂସଦ ଙ୍କ କୋକସରା ବ୍ଲକ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ ଙ୍କୁ ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଧାରଣ ସମ୍ପାଦକ ଶାରଳା ପ୍ରସାଦ ପ୍ରଧାନୀ, ଧର୍ମାନନ୍ଦ ନେଗି, ଭାବଗ୍ରାହୀ ପ୍ରଧାନୀ, କୈଳାସ ଚଳାନ,ବିନୋଦ ରାଉତ, ସୋମନାଥ ବାଗ,ନବୀନ ପ୍ରଧାନୀ, ରତନ ମାଝୀ ସମେତ ଅନ୍ୟ କର୍ମକର୍ତ୍ତା ଓ ମହିଳା ନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

