Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଙ୍କ ପାଇଁ ଉଧାହରଣ ସାଜିଲେ ସବିତା

ପଟ୍ଟାଙ୍ଗି :- ଚାଷୀ ପରିବାରରେ ଜନ୍ମଗ୍ରହଣ କରି ସିଙ୍ଗାପୁର ପର୍ଯ୍ୟନ୍ତ ପହଞ୍ଚି ନିଜ ଜନ୍ମ ମାଟି ତଥା ମାଁ ଓ ବାପାଙ୍କ ପାଇଁ ଗୈରବ ଆଣିଥିବା ସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଙ୍କ ପାଇଁ ଉଧାହରଣ ସୃଷ୍ଟି କରି ପାଠ ପଢୁଥିବା ଶିକ୍ଷା ଅନୁଷ୍ଠାନରେ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି । ଏହିପରି ଜଣେ ଛାତ୍ରୀ ଙ୍କୁ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲାର ବୈଷୟିକ ଶିକ୍ଷା ଅନୁଷ୍ଠାନରେ ପାଠ ପଢୁଥିବା ସବିତା ବାଣ୍ଟୁ । ଉକ୍ତ ଛାତ୍ରୀ ଜଣକ ଜିଲ୍ଲାର ଶିମିଳିଗୁଡା ବ୍ଲକ ଅଧିନସ୍ଥ ଖେଜରାକଟା ଗ୍ରାମର ଜଣେ ଚାଷୀ ପରୁ ବାଣ୍ଟୁ ଙ୍କ ଘରେ ଜନ୍ମ ଗ୍ରହଣ କରି ପଟ୍ଟାଙ୍ଗି ବ୍ଲକର ମାଳିପୁଟ ପଞ୍ଚାୟତ ଅଧିନସ୍ଥ ସିପାଇପୁଟ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପରେ ପୁଣି ଶିମିଳିଗୁଡା ବ୍ଲକର ସୁବାଇ ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଦଶମ ଶ୍ରେଣୀ ପାସ୍ କରିବାପରେ ସୁନାବେଡା ସ୍ଥିତ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ଶେଷ କରି ପରବର୍ତ୍ତୀ ସମୟରେ ପଟ୍ଟାଙ୍ଗି ସ୍ଥିତ ସରକାରୀ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଫିଟର୍ ବିଭାଗରେ ପାଠ ପଢି ବିଦେଶ କୁ ଗସ୍ତ କରି ଶିକ୍ଷା ଅନୁଷ୍ଠାନ ପାଇଁ ଗୈରବ ଆଣିଛନ୍ତି । ଏହିପରି କି ଉକ୍ତ ବୈଷୟିକ ଶିକ୍ଷା ଅନୁଷ୍ଠାନର ପ୍ରିନ୍ସପାଲ ପ୍ରବିଣ କୁମାର ପଟ୍ଟନାୟକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ ରାଜ୍ୟ ସ୍ତରରେ ପହଞ୍ଚି ନିଜ ଦକ୍ଷତା ଦେଖାଇ ଗତ ୦୫ ତାରିଖରେ ସିଙ୍ଗାପୁର ରେ ହୋଇଥିବା ଦୁଇଦିନ ଓଡିଶା ଫେଷ୍ଟିଭାଲ କାର୍ଯ୍ୟକ୍ରମ ରେ ଯୋଗଦେଇ ସେଠାକାର ପାଣିପାଗ ସମ୍ପର୍କରେ ଶିକ୍ଷା ଲାଭ କରିବା ସହ ସିଙ୍ଗାପୁର ରେ ରହିଥିବା ITES ବୈଷୟିକ ଶିକ୍ଷା ଅନୁଷ୍ଠାନ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଯେପରି ଶିକ୍ଷା ଲାଭ କରିବା ସହ ନିଜେ ପ୍ରାକ୍ଟିକାଲ ରେ ଯାହା ଶିକ୍ଷା ଲାଭ କରୁଛନ୍ତି ସେହି ଶିକ୍ଷା ଲାଭର ଲାଭାଂଶ ଉଠାଉଛନ୍ତି । ଉକ୍ତ ବ୍ୟବସ୍ଥା ଯଦି ଓଡ଼ିଶାର ସମସ୍ତ ସରକାରୀ ବୈଷୟିକ ଶିକ୍ଷା ଅନୁଷ୍ଠାନ ମାନଙ୍କରେ କରା ଯାଇ ପାରିଥାନ୍ତା ତାହେଲେ ଅନେକ ଛାତ୍ରଛାତ୍ରୀ ଉପକୃତ ହେବା ସହ ନିଜର ଦାଇତ୍ଵ କଣ ରହିଛି ସେହି ଉପରେ ଗୁରୁତ୍ୱ ଦେଇ ପାରିଥାନ୍ତେ ବୋଲି ସିଙ୍ଗାପୁର ରୁ ଫେରିଥିବା ସବିତା ଗଣମାଧ୍ୟମ କୁ ସାକ୍ଷାତ କରି ପ୍ରକାଶ କରିଛନ୍ତି । ସେହିପରି ସବିତା ଙ୍କ ବାପା ପରୁ ବାଣ୍ଟୁ ଏବଂ ଦାଦା କର୍ଣ୍ଣ ବାଣ୍ଟୁ ଗୋଟିଏ ଚାଷୀ ପରିବାର ର ଝିଅ ହୋଇ ସିଙ୍ଗାପୁର ପର୍ଯ୍ୟନ୍ତ ପହଞ୍ଚି ନିଜ ଅଞ୍ଚଳର ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସେଠାକାର ଲୋକଙ୍କ ସହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ଦୃଶ୍ୟ ଆମ ମାନଙ୍କୁ ସ୍ୱପ୍ନ ପରି ଲାଗୁଛି । ରାଜ୍ୟ ସରକାରଙ୍କ ଏହିପରି ଉଦ୍ୟମ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଙ୍କୁ ପାଠ ପଢିବା ପାଇଁ ଆହୁରି ଉତ୍ସାହିତ କରିବ ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି କୋରାପୁଟ ଜିଲ୍ଲାରେ ୦୫ଟି ସରକାରୀ ବୈଷୟିକ ଶିକ୍ଷା ଅନୁଷ୍ଠାନ ଯଥା କୋଟପାଡ , ଆମ୍ବାଗୁଡା , ଲକ୍ଷ୍ମୀପୁର , ନନ୍ଦପୁର ଓ ପଟ୍ଟାଙ୍ଗି ରହିଥିବା ବେଳେ ଜିଲ୍ଲା ରୁ ଜଣେ ହିଁ ଛାତ୍ରୀ ଯିଏକି ପଟ୍ଟାଙ୍ଗି ବୈଷୟିକ ଶିକ୍ଷା ଅନୁଷ୍ଠାନ ରୁ ବିବେଚିତ ହୋଇ ସିଙ୍ଗାପୁର ପର୍ଯ୍ୟନ୍ତ ପହଞ୍ଚି ପାରିଲା । ଏହା ଆମ ମାନଙ୍କ ପାଇଁ ଗୈରବ ଓ ସ୍ଥାନୀୟ ଶିକ୍ଷା ଅନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ଉଧାହରଣ ବୋଲି ପ୍ରିନ୍ସପାଲ ପଟ୍ଟନାୟକ ପ୍ରକାଶ କରିଛନ୍ତି ।