Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମାରେ ପରିବେଶ ସୁରକ୍ଷା’ ତଥା ସ୍ୱଚ୍ଛତା’ର ବାର୍ତ୍ତା ବାଣ୍ଟିଲେ ସ୍ବେଚ୍ଛାସେବୀ

ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମାରେ ପରିବେଶ ସୁରକ୍ଷା’ ତଥା ସ୍ୱଚ୍ଛତା’ର ବାର୍ତ୍ତା ବାଣ୍ଟିଲେ ସ୍ବେଚ୍ଛାସେବୀ
ପାରଳାଖେମୁଣ୍ଡି:୨୫/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ “ସଂସ୍କୃତି ରକ୍ଷା, ପରିବେଶ ସୁରକ୍ଷା” ବିଷୟ-ବସ୍ତୁକୁ ଧ୍ୟାନରେ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଓ ଗଜପତି ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ବିଶ୍ଵଜିତ କୁମାର ମହନ୍ତ’ଙ୍କ ଡ଼ାକରା ତଥା ନେତୃତ୍ୱ ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନାଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବ ପ୍ରଥମେ ସକାଳ ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଫେଇ କରାଯାଇ ଇତସ୍ତତଃ ଭାବେ ପଡିଥିବା ଦୀପ ତଥା ଫୁଲକୁ ଯଥା-ସ୍ଥାନରେ ସସମ୍ମାନେ ପକାଯାଇଥିଲା। ପରେ ଜଗନ୍ନାଥ ସେବା ଦଳର ମୁଖ୍ୟ ଦୁର୍ଗା ମାଧବ ପାଣିଗ୍ରାହୀ, ପ୍ରଗତି ମହିଳା ସଙ୍ଗଠନର ସଭାପତି ଲୋକନାଥ ମିଶ୍ର, ଗିରିଶ ପାଳ, ବଜରଙ୍ଗ ଦଳର କୈଳାଶ ବିଶ୍ୱାଳ, ରାୟ ଗୋବିନ୍ଦ ରାଜୁ, ଗୌତମ ପାଢ଼ୀ, ପରିବେଶବିତ ମନୋଜ ଦାଶ, ଦୁର୍ଗାଶକ୍ତି ବାହିନୀର ସଦସ୍ୟ-ସଦସ୍ୟା ମାନେ ଏଥିରେ ଯୋଗ ଦେଇ ଏହି ସେବା କାର୍ଯ୍ୟକୁ ବ୍ୟାପକ କରିଥିଲେ। ପରେ ସମସ୍ତେ ସଂସ୍କୃତି ରକ୍ଷା ନାରା ଦେଇ ପବିତ୍ର ମହେନ୍ଦ୍ର-ତନୟା ନଦୀ କୂଳକୁ ଯାଇ ସେଠାରେ ବିକ୍ଷିପ୍ତ ଭାବେ ପଡିଥିବା କାଗଜ ତଥା ସୋଲ ଡ଼ଙ୍ଗା, କଦଳୀ ପାଟୁକା ତଥା ଅନ୍ୟ ଅଳିଆ ଆବର୍ଜନାକୁ ସଫା କରି ସ୍ନାନ-ଘାଟ’କୁ ପରିଷ୍କାର କରିଥିଲେ। ଏହା ପରେ ସହର ମଧ୍ୟ ଭାଗରେ ଥିବା ସଦାରାମ ପୋଖରୀ’କୁ ମଧ୍ୟ ଏହି ଦଳ କିଛି ମାତ୍ରାରେ ସଫେଇ କରି ପରିବେଶ ସୁରକ୍ଷାର ଯଥା-ସମ୍ଭବ ବାର୍ତ୍ତା ସମାଜ’କୁ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ସାହାଯ୍ୟ ସହଯୋଗର ହାତ ବଢ଼ାଇ କାର୍ଯ୍ୟକ୍ରମକୁ ସଫଳ କରିବା ସହ ସଂସ୍କୃତି ରକ୍ଷା ପରିବେଶ ସୁରକ୍ଷାର ନିଆରା ବାର୍ତ୍ତା ବାଣ୍ଟିଥିଲେ।—

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories