ଶିବ ମହାପୁରାଣ ଓ ଶିବ ବିବାହ ମହୋତ୍ସବ ଆରମ୍ଭ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲୁକିଲା ଲଡୁଗାଁ ସହର।
କଳାହାଣ୍ଡି,୨୫/୧୧
କୋକସରା ବ୍ଲକ ଲଡୁଗାଁ ଠାରେ ମହା ଆଡମ୍ବରରେ ଶିବ ମହାପୁରାଣ ଓ ଶିବ ବିବାହ ମହୋତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ସୋମବାର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଲଡୁଗାଁ ସାଙ୍ଗଳିଆ ଗୋୟଲ ପରିବାର ଓ ଲଡୁଗାଁ ଗ୍ରାମବାସୀ ଙ୍କ ଆୟୋଜନ ରେ ଆଜିଠାରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଶିବ ମହାପୁରାଣ ଓ ଶିବ ବିବାହ ମହୋତ୍ସବ ଅନୁଷ୍ଠିତ ହେବ। ଆଜି କଲସ ଯାତ୍ରା ଓ ଦେବ ପ୍ରତିଷ୍ଠା କାର୍ଯ୍ୟକ୍ରମ ସହ ଏହି ମହା ଆଧ୍ୟାତ୍ମିକ ଶିବ ମହାମିଲନ ର ଅପୂର୍ବ ପୌରାଣିକ କିମ୍ବଦନ୍ତୀ ଆରମ୍ଭ ହୋଇଛି।ଲଡୁଗାଁ ଶ୍ରୀ ରାମ ମାମୋ ଦେବୀ ସ୍ମୃତି ଭବନ ରେ ଆୟୋଜିତ କାର୍ଯ୍ୟକ୍ରମ ଶିବ ମହାପୁରାଣ ର ଭବ୍ୟ ଦିବ୍ୟ ପ୍ରବଚନ ଯୁଗଳ କୁଞ୍ଜ ବୃନ୍ଦାବନ ର ମହନ୍ତ ଚିନ୍ମୟ ଦାସ ଜି ମହାରାଜ ଙ୍କ ବାଣୀ ରେ ଶିବ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ରହିଛି।
ଆଜି ପ୍ରଥମେ କର୍ତ୍ତାବରଣ ପରେ ଏକ ଭବ୍ୟ ଶୋଭାଯାତ୍ରା ବାହାରି ଦୁର୍ଗା ମନ୍ଦିରରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ମନଭଙ୍ଗ ସାଗର ଅଭିମୁଖେ ଯାତ୍ରା କରିଥିଲା। ସେଠାରେ ଜଳପୂଜା ଓ ଅର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ କଳସରେ ଜଳ ଭରି ନଗର ପରିକ୍ରମା କରିଥିଲେ। ପରେ ଶ୍ରୀରାମ ମା’ ମୋ ଦେବୀ ସ୍ମୃତି ଭବନଠାରେ ନିର୍ମିତ ସୁସଜ୍ଜିତ ମଣ୍ଡପରେ କଳସ ସ୍ଥାପନ କରାଯାଇ ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଭକ୍ତମାନଙ୍କ ହରହର ମହାଦେବ ଧ୍ୱନିରେ ସମଗ୍ର ଲଡ଼ୁଗାଁ ସହର ପ୍ରକମ୍ପିତ ହୋଇଉଠିଥିଲା।ଲଡୁଗାଁ ସାଙ୍ଗଳିୟା ଗୋୟଲ ପରିବାର ପକ୍ଷରୁ ଏହି ଦିବ୍ୟ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। କଳସ ଯାତ୍ରା କାର୍ଯ୍ୟକ୍ରମ ରେ ହଜାର ସଂଖ୍ୟା ରେ ଜନ ସମାଗମ ହୋଇଥିଲା।

