Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜିଲ୍ଲାରେ ମହିଳା ସୁରକ୍ଷା ଓ ଲିଙ୍ଗଗତ, ତୃତୀୟଲିଙ୍ଗୀ ଓ ଭିନ୍ନକ୍ଷମ ମହିଳାଙ୍କ ସମାନତା ଉପରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାରେ ମହିଳା ସୁରକ୍ଷା ଓ ଲିଙ୍ଗଗତ, ତୃତୀୟଲିଙ୍ଗୀ ଓ ଭିନ୍ନକ୍ଷମ ମହିଳାଙ୍କ ସମାନତା ଉପରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୫/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଅନ୍ତର୍ଜାତୀୟ ମହିଳାଙ୍କ ବିରୋଧରେ ହିଂସା ଦୂରୀକରଣ ଦିବସ ଅବସରରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନ, ଗଜପତି ପକ୍ଷରୁ ଆୟୋଜିତ ହୋଇଥିଲା।ଏହି ବୈଠକରେ ମହିଳାଙ୍କ ବିରୋଧରେ ହିଂସା ରୋକିବା, ଆଇନଗତ ସହାୟତା, ଶିଶୁ ବିବାହ ନିରାକରଣ, ମହିଳା ଶ୍ରମିକଙ୍କ ସୁରକ୍ଷା, ଭିନ୍ନକ୍ଷମ ମହିଳାଙ୍କ ଜୀବିକା, ତୃତୀୟଲିଙ୍ଗୀଙ୍କ ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମରେ ଗଜପତି ଏସ୍‌.ପି, ଡାଏଲ୍ ଏସ ସଚିବ, ସିଡିଏମଓ,ଡି.ଏସ.ଡୱଲୁ,ଡି.ଏସ.ଏସ.ଓ,ଡି.ଡବ୍ଲ୍ୟୁ.ଓ, ସି ଏସ ଓ, ଡି.ଇ.ଓ, ଡି ଆଇ ପି ଓ, ଡି ଏଲ୍.ଓ, ଡି ସି ପି ଓ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ବ୍ଲକର ସି ଡି ପି ଓ, ସଖୀ ୱାନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ସାମର୍ଥ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନ ର ପ୍ରତିନିଧି, ମହିଳା ସାଥୀ, ଆଶାକର୍ମୀ, ଭିନ୍ନକ୍ଷମ ବ୍ୟକ୍ତି ଓ ତୃତୀୟଲିଙ୍ଗୀ ସମୁଦାୟର ପ୍ରତିନିଧିମାନେ ଯୋଗଦେଇଥିଲେ।ଏହି ଅବସରରେ ଗଜପତି ତୃତୀୟଲିଙ୍ଗୀ ସଂଘର ସଦସ୍ୟମାନେ ମଧ୍ୟ ଯୋଗଦେଇ ତୃତୀୟଲିଙ୍ଗୀ ସମୁଦାୟର ସୁରକ୍ଷା, ସାମାଜିକ ସମ୍ମାନ, ଜୀବିକା ଓ ସରକାରୀ ଯୋଜନାରେ ସାମିଲ ହେବାର ଗୁରୁତ୍ୱ ଉପରେ ଅଂଶଗ୍ରହଣ କରିଥିଲେ।ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମସ୍ତ ସରକାରୀ ବିଭାଗ ଓ ସାମାଜିକ ସଂଗଠନ ମଧ୍ୟରେ ସମନ୍ୱୟ ସ୍ଥାପନ କରି ମହିଳା, ତୃତୀୟଲିଙ୍ଗୀ ଓ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ନ୍ୟାୟ, ସୁରକ୍ଷା, ସମାନ ଅଧିକାର ଓ ଆତ୍ମନିର୍ଭରଶୀଳତାର ସୁଯୋଗ ପ୍ରଦାନ କରିବା।ହିଂସାମୁକ୍ତ ସମାଜ ଗଠନ ସହ ପ୍ରତ୍ୟେକ ମହିଳା ଓ ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କୁ ନ୍ୟାୟ, ସୁରକ୍ଷା ଓ ସମ୍ମାନ ଦେବା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ସନ୍ଦେଶ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories