Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଠାତ୍‌ ବ୍ରେକ୍‌ ମାରିଲା ୬୦୭: ପଛରେ ପିଟିହେଲା ସ୍କୁଟି, ଯୁବକ ଗୁରୁତର

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଜମନକିରା ସଦର ମହକୁମା ସ୍ଥିତ ବାବେଜୋର ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସମ୍ବଲପୁରରୁ କୁଚିଣ୍ଡା ଅଭିମୁଖେ ଯାଉଥିବା ଏକ ୬୦୭ ଟ୍ରକ୍‌ ପଛରେ ସ୍କୁଟି (ନଂ- ଓଡି ୨୮ ବି ୧୭୩୪) ଧକ୍କା ଦେବା ଫଳରେ ସ୍କୁଟି ଚାଳକ ଜଣକ ଘଟଣାସ୍ଥଳରେ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ୬୦୭ ଡ୍ରାଇଭର ଜଣକ ବାବେଜୋର ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରାସ୍ତା ପଚାରିବା ପାଇଁ ହଠାତ୍‌ ଗାଡ଼ିରେ ବ୍ରେକ୍‌ ମାରିଥିଲେ। ଫଳରେ ପଛରେ ଆସୁଥିବା ସ୍କୁଟି ଚାଳକ ଭାରସାମ୍ୟ ହରାଇ ୬୦୭ ପଛରେ ଜୋରରେ ପିଟି ହୋଇଯାଇଥିଲେ। ଦୁର୍ଘଟଣା ପରେ ୬୦୭ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଆହତ ଯୁବକ ଜଣକ ଛେମଣ୍ଡା ଗ୍ରାମର ଲିପନ ସର୍ଦ୍ଦାର (୩୫) ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ ସ୍କୁଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ଖବର ପାଇ ଜମନକିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଉଚ୍ଚ ଚିକିତ୍ସା ପାଇଁ ତାଙ୍କୁ କୁଚିଣ୍ଡା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନେଇ ଥାନା ଆଇଆଇସି ରଞ୍ଜନ ନାଗ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories