Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକତାରେ ଉଲ୍ଲେଖନୀୟ ଅବଦାନ ପାଇଁ ଲକ୍ଷ୍ମୀ ରଞ୍ଜନ ବାଗ ପାଇଲେ ଦେବଗିରି ବାର୍ତ୍ତା ସମ୍ମାନ ।

କଳାହାଣ୍ଡି,୨୫/୧୧
ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଯୁବ ସାମ୍ବାଦିକ ଲକ୍ଷ୍ମୀ ରଞ୍ଜନ ବାଗଙ୍କୁ ମର୍ଯ୍ୟାଦାଜନକ ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ଚାଲିଛି ‘ଗୋସିଂହ ଦୈତ୍ୟ ଦରବାର’। ମହୋତ୍ସବର ତୃତୀୟ ସାନ୍ଧ୍ୟ ଅଧିବେଶନର ବର୍ଣ୍ଣାଢ଼୍ୟ ପରିବେଶରେ ସମ୍ରାଟ ଗୋସିଂହ ଦୈତ୍ୟ, କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ତଥା ଅଖିଳ ଭାରତୀୟ ଧର୍ମ ବିଭାଗର ପ୍ରଚାରକ ସାଧୁ ପ୍ରଭାକର ଦାସ ମହାରାଜ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ମହିଳା ସେଲ ସମ୍ପାଦିକା ରେବତୀ ବିଶି, ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ଅତିଥିବୃନ୍ଦ ଶ୍ରୀ ବାଗଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ରାଜ୍ୟସ୍ତରୀୟ ସମ୍ମାନ ପାଇଥିବାରୁ ଲକ୍ଷ୍ମୀ ରଞ୍ଜନ ବାଗଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ