Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରାରେ ବସ୍-ଟେମ୍ପୁ ଧକ୍କା: ଚାଳକଙ୍କ ସମେତ ୩ ଗୁରୁତର, ୨ ସଙ୍କଟାପନ୍ନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାବେଜୋର ନିକଟସ୍ଥ ଯଜ୍ଞ ମଣ୍ଡପ ପାଖରେ ଗତକାଲି ଏକ ଯାତ୍ରୀବାହୀ ବସ୍ ଓ ଟେମ୍ପୁ (ଅଟୋ) ମଧ୍ୟରେ ଧକ୍କା ହେବା ଫଳରେ ଟେମ୍ପୁ ଚାଳକଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୁଜନ ଦର୍କା ( ୩୨) ଚଳାଉଥିବା ଏକ ଟେମ୍ପୁ (ନଂ- OD 28 C 1748) ୭ ଜଣ ଯାତ୍ରୀଙ୍କୁ ନେଇ ବାବେଜୋରୁ ନିକଟସ୍ଥ ଯଜ୍ଞ ମଣ୍ଡପ ପାଖକୁ ଆସୁଥିବା ବେଳେ ‘ଜୟ ମାତାଦୀ’ ନାମକ ଏକ ବସ୍ (ନଂ- OD 15 9474) ସହ ଧକ୍କା ହୋଇଥିଲା। ବସ୍‌ଟିକୁ ପ୍ରଶାନ୍ତ କୁମାର ଖମାରୀ ଚଳାଉଥିଲେ। ଏହି ଦୁର୍ଘଟଣାରେ ଟେମ୍ପୁ ଚାଳକ ସୁଜନ ଦର୍କାଙ୍କ ସମେତ ଯାତ୍ରୀ ପଦ୍ମାସିନୀ ତରିଆ (୬୦) ଏବଂ ଜ୍ୟୋତି ପଟେଲ (୫୮) ଗୁରୁତର ଆହତ ହୋଇଛନ୍ତି। ଉଭୟ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ସେଠାରେ ଚିକିତ୍ସା କରାଯାଉଛି। ଏହି ଘଟଣାକୁ ନେଇ ଜମନକିରା ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୨୮୧, ୧୨୫(କ) ଓ ୧୨୫(ଖ) ଅନୁଯାୟୀ କେସ୍ ନଂ ୧୯୪/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories