5T School Fund ଖର୍ଚ୍ଚରେ ଅନିୟମିତତା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ରାଜ୍ୟରେ 5T ସ୍କୁଲ ରୂପାନ୍ତର ପାଇଁ ହୋଇଥିବା ଅର୍ଥ ଖର୍ଚ୍ଚରେ ଅନିୟମିତତା ଅଭିଯୋଗର ତଦନ୍ତ ହେବ। ବିଧାନସଭା ପ୍ରଶ୍ନକାଳରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ଦାବିକୁ ଗ୍ରହଣ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଉତ୍ତରରେ କହିଛନ୍ତି।
ପୂର୍ବ ସରକାରଙ୍କ ସମୟରେ 5T ଯୋଜନା ଅଧୀନରେ ସ୍କୁଲ ଭିତ୍ତିଭୂମି ପାଇଁ ବରାଦ ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହୋଇନଥିବା ଆଚାର୍ଯ୍ୟ ଅଭିଯୋଗ କରିଥିଲେ। ସେହି ଖର୍ଚ୍ଚର ଯାଞ୍ଚ ପାଇଁ ସେ ଗୃହରେ ତଦନ୍ତ ଦାବି କରିଥିଲେ।
ସ୍କୁଲ ରୂପାନ୍ତର ପ୍ରକଳ୍ପର ମୂଲ୍ୟ 387 କୋଟି 90 ଲକ୍ଷ ଟଙ୍କା ଥିଲା। ଏହି କାମ ପାଇଁ କମ୍ପାନୀଗୁଡ଼ିକର ସାମାଜିକ ଦାୟିତ୍ୱ ପାଣ୍ଠି (CSR) ସହ ଓମବାର୍ଡସି ପାଣ୍ଠି ଓ MGNRGS ଅର୍ଥ ଖର୍ଚ୍ଚ ହୋଇଥିଲା।

